ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ବ୍ୟାଙ୍କ ପାଇଁ ଗାଇଡଲାଇଲ ଜାରି କରଛନ୍ତି ରାଜ୍ୟ ସରକାର। ଏଣିକି ସମସ୍ତ ବ୍ୟାଙ୍କ ଶାଖାରେ କରୋନା ସଚେତନମୂଳକ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଏସଏଲବିସିକୁ ଚିଠି ଲେଖିଛି ରାଜ୍ୟ ଅର୍ଥ ବିଭାଗ।

୧. ବ୍ୟାଙ୍କ ସହ ସମସ୍ତ ଏଟିଏମ ଶାଖାରେ କରୋନା ସଚେତନମୂଳକ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

୨. ବ୍ୟାଙ୍କ କର୍ମଚାରୀଙ୍କୁ ମାସ୍କ ଲଗାଇବାକୁ ବାଧ୍ୟତମୂଳକ କରାଯାଇଛି।

୩. ବ୍ୟାଙ୍କ ଶାଖାରେ ସାନିଟାଇଜର ଏବଂ ହ୍ୟାଣ୍ଡ ଓ୍ଵାସ ରଖିବା ବାଧ୍ୟତାମୂଳକ କରାଯାଇଛି।

୪. କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ ଅନ୍ତରାଳରେ ସାବୁନ, ହ୍ୟାଣ୍ଡଓ୍ଵାସ କିମ୍ବା ସାନିଟାଇଜରରେ ହାତ ସଫା କରିବାକୁ ପରାମର୍ଶ ଦେବେ ବ୍ୟାଙ୍କ କର୍ତ୍ତୃପକ୍ଷ।

୫. ଏଟିଏମରେ ମଧ୍ୟ ସାନିଟାଇଜର ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ଏଟିଏମରେ ଟଙ୍କା କାଢିବା ପୂର୍ବରୁ ଏବଂ ଟଙ୍କା କାଢ଼ିବା ପରେ ଲୋକଙ୍କୁ ସାନିଟାଇଜରରେ ହାତ ସଫା କରିବାକୁ ପରାମର୍ଶ ଦିଆଯିବ।

୬.  ଏଟିଏମ ଭିତରକୁ ଜଣଙ୍କ ପରେ ଜଣେ ଗ୍ରାହକଙ୍କୁ ଛାଡିବା ଉପରେ ଦୃଷ୍ଟି ଦିଆଯିବ।

୭. ବ୍ୟାଙ୍କ ଶାଖାରେ ଭିଡ ନିୟନ୍ତ୍ରଣ କରିବାକୁ ଅଧିକ କାଉଣ୍ଟର ଖୋଲିବାକୁ ହେବ। ଏହାସହ ବ୍ୟାଙ୍କ ଭିତରକୁ କମ୍ ଲୋକଙ୍କୁ ଛଡ଼ା ଯିବା ନେଇ ଦୃଷ୍ଟି ଦିଆଯିବ।

୮.  ଗ୍ରାହକଙ୍କୁ ମେସେଜ୍ ମାଧ୍ୟମରେ କରୋନା ସଚେତନତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବ୍ୟାଙ୍କ ଶାଖାକୁ ଆସିବା ପରିବର୍ତ୍ତେ ଇଣ୍ଟରନେଟ୍ ବ୍ୟାଙ୍କିଂ କିମ୍ବା ମୋବାଇଲ ବ୍ୟାଙ୍କିଂ ବ୍ୟବହାର କରିବାକୁ ଗ୍ରାହକଙ୍କୁ ନିବେଦନ କରାଯିବ।

୯. ଗ୍ରାହକଙ୍କ ବ୍ୟାଙ୍କ ସମ୍ପର୍କୀତ ସମସ୍ୟାର ସମାଧାନ ପାଇଁ ମୋବାଇଲ ନମ୍ବର ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୧୦. ବ୍ୟାଙ୍କ ଶାଖା ବାହାରେ କାର୍ଯ୍ୟ କରୁଥିବା କର୍ମାଚାରୀମାନେ ସାଙ୍ଗରେ ସାନିଟାଇଜର ଓ ମାସ୍କ ନେବାକୁ ବାଧ୍ୟତାମୂଳକ କରାଯାଇଛି। ଗ୍ରାମୀଣ ଅଞ୍ଚଳରେ କାର୍ଯ୍ୟ କରିବା ବେଳେ ରେ ସାନିଟାଇଜର ଉପଲବ୍ଧ ନହେଲେ ସାବୁନ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ନିୟମକୁ ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ନେଇ ସୂଚନା ମିଳିଛି।

କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସଚେତନମୂଳକ ପଦକ୍ଷେପ ନେଉଛନ୍ତି। ବିଭିନ୍ନ ବିଭାଗ ପାଇଁ କରୋନା ଗାଇଡଲାଇନ ଜାରି କରାଯାଇଛି। ଏଥିରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Comment