ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ମଦ ଦୋକାନରେ ଧାଡ଼ିରେ ଆସି ମଦ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। କରୋନା ଲାଗି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ମଦ ଦୋକାନରେ ଗ୍ରାହକମାନେ ଧାଡ଼ି ଲଗାଇଥିବା ବେଳେ ପରଷ୍ପର ମଧ୍ୟରେ ୧ ମିଟର ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ଗ୍ରାହକମାନଙ୍କୁ ମଦ ବୋତଲ ଦେବା ପୂର୍ବରୁ ମଦ ବୋତଲକୁ ସାନିଟାଇଜ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରରେ ରଖି ସରକାର ସ୍କୁଲ, ମଲ ଓ ସିନେମା ହଲକୁ ଏପ୍ରିଲ ୧୫ ଯାଏଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର, ହାଟ ଓ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ ରଖାଯାଇଛି।

Comment