ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ଭୁବନେଶ୍ୱର ପରି କଟକରେ ମଧ୍ୟ ଆସନ୍ତାକାଲିଠୁ ଅଡ୍‌-ଇଭିନ୍‌ ଫର୍ମୁଲା ଲାଗୁ ହେବ। ଏନେଇ କଟକ ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଡ୍‌ ଦିନରେ ଅଡ୍‌ ନମ୍ବର ଏବଂ ଇଭିନ୍‌ ଦିନରେ ଇଭେନ୍‌ ନମ୍ବର ଗାଡ଼ି ଚଳାଚଳ କରିବ। ଏହି ନିୟମ କେବଳ ସାଧାରଣ ପରିବହନ ବ୍ୟବସ୍ଥାରେ ଚଳାଚଳ କରୁଥିବା ଗାଡ଼ି ପାଇଁ ଲାଗୁ ହେବ। ଘରୋଇ, ସରକାରୀ ଗାଡ଼ିଗୁଡ଼ିକ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ।

ଯେଉଁ ବସ୍‌, ଟ୍ୟାକ୍ସି ଏବଂ ଅଟୋରିକ୍ସାର ଅଡ୍‌ ରେଜିଷ୍ଟ୍ରେସନ ନମ୍ବର ରହିଛି ସେଗୁଡ଼ିକ ଅଡ୍‌ ଦିନରେ ଚାଲିବ। ଯେଉଁ ଗାଡ଼ିଗୁଡ଼ିକର ଇଭିନ ନମ୍ବର ଅଛି ସେଗୁଡ଼ିକ ଇଭିନ୍‌ ଦିନରେ ଚାଲିବ। ମାର୍ଚ୍ଚ ୨୧ ତାରିଖ ହେଉଛି ଅଡ୍‌ ନମ୍ବର ଦିନ। ଏଣୁ ଏହିଦିନ କେବଳ ଅଡ୍‌ ନମ୍ବର ଗାଡ଼ି କଟକରେ ଚଳାଚଳ କରିବ। ସେହିପରି ୨୨ରେ ଇଭିନ୍‌ ନମ୍ବର ଗାଡ଼ି ଚଳାଚଳ କରିବ।

Comment