ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବିଶ୍ୱ ସହିତ ଭାରତ ଏବଂ ଓଡ଼ିଶାରେ କରୋନା ଭାଇରସର ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି। ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ପ୍ରତିଟି ଅପଡେଟ୍ ଦେଇଛନ୍ତି।

  • ଶୁକ୍ରବାରଠାରୁ କୌଣସି ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ
  • କଫି ସପ୍, ରେଷ୍ଟୁରାଣ୍ଟ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ
  • ସରକାରୀ କାର୍ଯ୍ୟାଳୟରେ କରୋନା ମିଟିଂ ବ୍ୟତୀତ ଅନ୍ୟ କୌଣସି ମିଟିଂ ହେବ ନାହିଁ
  • ସରକାରୀ ଜୟନ୍ତୀର ପାଳନ, ମାଲ୍ୟାର୍ପଣ, ସଭାସମିତି ବନ୍ଦ
  • ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ
  • ବିଶ୍ୱର ୧୮୨ଟି ଦେଶକୁ ବ୍ୟାପିଲା କରୋନା ଭାଇରସ୍
  • ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୫୨୨କୁ ବୃଦ୍ଧି
  • ବିଶ୍ୱରେ କରୋନାରେ ମୃତ୍ୟୁ ସଂଖ୍ୟା ୧୦ ହଜାର ୪୯ ଜଣ
  • ବିଶ୍ୱରେ ମୋଟ୍ ୮୮ ହଜାର ୪୮୬ ଜଣ କରୋନା କବଳରୁ ସୁସ୍ଥ ହୋଇଛନ୍ତି

  • ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି
  • ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୫ ଛୁଇଁଲା
  • ଓଡ଼ିଶାରେ ଚିହ୍ନଟ ହେଲେ ଦ୍ୱିତୀୟ କରୋନା ଆକ୍ରାନ୍ତ
  • ଏହି ୧୯ ବର୍ଷୀୟ ଯୁବକ ନିକଟରେ ବ୍ରିଟେନରୁ ଫେରିଥିଲେ
  • ଦ୍ୱିତୀୟ କରୋନା ଆକ୍ରାନ୍ତ ମୋଟ ୪୬ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି
  • ଓଡ଼ିଶାରେ ୬୬ଟି ସାମ୍ପୁଲରୁ ୬୦ ନେଗେଟିଭ୍, ଦୁଇ ପଜିଟିଭ୍ ଓ ୪ଜଣଙ୍କର ରିପୋର୍ଟ ଆସିନି
  • ବିଦେଶୀମାନଙ୍କୁ କରୋନା ପାଇଁ ଲାଞ୍ଛିତ କରନ୍ତୁ ନାହିଁ – ସୁବ୍ରତ ବାଗଚି
  • ରାଜ୍ୟର ଏସସି/ଏସଟି ହଷ୍ଟେଲ୍ ମାର୍ଚ୍ଚ ୨୫ରୁ ଜୁନ୍ ୧୫ ପର୍ଯ୍ୟନ୍ତ ବନ୍ଦ
  • ଅନ୍ତେବାସୀମାନଙ୍କୁ ଆଗୁଆ ମିଳିବ ୩ ମାସର ପ୍ରି-ମାଟ୍ରିକ୍ ସ୍କଲାରସିପ୍
  • ବାଳିକା ଅନ୍ତେବାସୀମାନଙ୍କୁ ମିଳିବ ୨୪୦୦ ଟଙ୍କାର ସ୍କଲାରସିପ୍
  • ବାଳକ ଅନ୍ତେବାସୀମାନଙ୍କୁ ମିଳିବ ୨୨୫୦ ଟଙ୍କାର ସ୍କଲାରସିପ୍

Comment