ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଭାଇରସ ସଂକ୍ରମଣକୁ ଲୁଚାଇଥିବାରୁ ଗାୟିକା କନିକା କପୁରଙ୍କ ଉପରେ ବର୍ଷିଛନ୍ତି ଗାୟିକା ସୋନା ମହାପାତ୍ର। ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ସୋନା କନିକାଙ୍କୁ ‘ଦାୟିତ୍ୱହୀନ’ ବୋଲି କହିବା ସହ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ଭାରତରେ କରୋନା ଭାଇରସ ସଂକ୍ରମଣକୁ ରୋକା ଯାଇପାରନ୍ତା କେବଳ କନିକାଙ୍କ ଭଳି କିଛି ଦାୟିତ୍ୱହୀନ ନିର୍ବୋଧଙ୍କ ଯୋଗୁଁ ତାହା ସମ୍ଭବ ନୁହେଁ।

ସୋନା ତାଙ୍କ ଟୁଇଟରେ ଲେଖିଛନ୍ତି, ‘‘କରୋନା ଭାଇରସ ଦେଶରେ ବିସ୍ଫୋରଣ ଘଟାଇବ ଏଭଳି କିଛି ଲୋକଙ୍କ ଯୋଗୁଁ ଯେଉଁମାନେ ସରକାରଙ୍କଠାରୁ ସବୁ ସାହାଯ୍ୟ ଚାହାଁନ୍ତି ଅଥଚ ପ୍ରତିଦାନରେ କିଛି ଦିଅନ୍ତି ନାହିଁ। କନିକା କପୁର ତାଙ୍କର ବିଦେଶ ଗସ୍ତକୁ ଲୁଚାଇଛନ୍ତି କେବଳ ନୁହେଁ (ମା ଭଗବତୀ ଜାଣନ୍ତି) ଲଣ୍ଡନରୁ ଫେରିବା ପରେ କେତେ କେତେ ପଞ୍ଚ ତାରକା ହୋଟେଲରେ ପାର୍ଟି କରିଛନ୍ତି।’’

ଉଲ୍ଲେଖଯୋଗ୍ୟ ଯେ କନିକାଙ୍କ ଦେହରେ କୋଭିଡ ୧୯ ପଜିଟିଭ ଅଛି ଓ ଗତ ଚାରି ଦିନ ଧରି ତା’ର ଲକ୍ଷଣ ପ୍ରକାଶ ପାଇଛି ବୋଲି କନିକା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଥିଲେ।

LEAVE A REPLY

Please enter your comment!
Please enter your name here