ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୮ଟି ସହରରେ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ୨୯ ତାରିଖ ଯାଏଁ ଏହି କଟକଣା ଜାରି ରହିବ। ତେବେ ଲକ୍‌ଡାଉନ୍‌ ବେଳେ ମାଲବାହୀ ଗାଡ଼ି ଚଳାଚଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି କହିଛନ୍ତି।

ମାଲ୍‌ବାହୀ ଗାଡ଼ି ଯେମିତି ସୁରୁଖୁରୁରେ ଯାତାୟତ କରିବ ସେନେଇ ଏକ କ୍ଷମତାସମ୍ପନ୍ନ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ମାଲବାହୀ ଗାଡ଼ି ଯାତାୟତ ଉପରେ ତଦାରଖ କରିବେ। ଖାଦ୍ୟ ସାମଗ୍ରୀ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ କେହି ଅଟକାଇ ପାରିବେ ନାହିଁ ବୋଲି ଶ୍ରୀ ବାଗ୍‌ଚି କହିଛନ୍ତି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ୫ ଜିଲ୍ଲା ଓ ୮ ସହରରେ ଏହା ଲାଗୁ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୯ ଯାଏଁ ଏହା ଲାଗୁ କରାଯାଇଛି।

ସେହିପରି ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ୨୩ ତାରିଖ ସକାଳ ୧୧ଟା ପରେ ଓଡ଼ିଶାରୁ କୌଣସି ବସ୍‌ ଅନ୍ୟ ରାଜ୍ୟକୁ ଯିବନି କି ଅନ୍ୟ ରାଜ୍ୟରୁ ଓଡ଼ିଶାକୁ କୌଣସି ବସ୍‌ ଯିବନି।

Comment