ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ଆସନ୍ତାକାଲି ସାରା ଦେଶରେ ‘ଜନତା କର୍ଫ୍ୟୁ’ ଲାଗୁ ହେଉଛି। ସକାଳ ୭ଟାରୁ ରାତି ୯ଟା ଯାଏଁ କେହି ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ରବିବାର ଭୋର୍‌ ୪ଟାରୁ ରାତି ୧୦ଟା ଯାଏଁ ୧୪୧ ଟ୍ରେନ୍‌ ବାତିଲ କରାଯାଇଛି।

ଭୋର୍‌ ୪ଟା ପୂର୍ବରୁ ଯେଉଁ ଟ୍ରେନ୍‌ଗୁଡ଼ିକ ଯାତ୍ରା ଆରମ୍ଭ କରିଥିବେ ସେମାନେ କୌଣସି ଷ୍ଟେସନରେ ଅଟକିବେ ନାହିଁ। ଏହି ଟ୍ରେନ୍‌ଗୁଡ଼ିକ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ। ହେଲେ ଭୋର୍‌ ୪ଟା ପରେ ଆଉ କୌଣସି ଟ୍ରେନ୍‌ ଗଡ଼ିବ ନାହିଁ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ‘ଜନତା କର୍ଫ୍ୟୁ’କୁ ଦୃଷ୍ଟିରେ ରଖି ୪୮ଟି ଟ୍ରେନ୍‌ ଏବଂ ୯୩ଟି ପାସେଞ୍ଜର ଟ୍ରେନ୍‌ ବାତିଲ କରିଛନ୍ତି।

Comment