ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ କରୋନା ତା’ର କାୟା ବିସ୍ତାର କରିଚାଲିଛି। କରୋନା ଭାଇରସରେ ଯୋଗୁଁ ରବିବାର ଇଟାଲିରେ ୬୫୧ ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ୭୯୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ସାରା ବିଶ୍ୱରେ ୧୮୮ଟି ଦେଶରେ କରୋନା ଆକ୍ରାନ୍ତ ଦେଖିବାକୁ ମିଳିଛି। ଇଟାଲିରେ ସର୍ବାଧିକ ୪,୮୨୫ ଜଣଙ୍କର ମୃତ୍ୟୁ ଘଟିଛି।

ରବିବାର ଅପରାହ୍‌ଣ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୫୬୪ରେ ପହଞ୍ଚିଛି।  ସେହିପରି ଟପ୍‌ ୫ ଦେଶ ଭିତରେ ଚୀନ୍‌, ଇଟାଲୀ, ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍‌, ଜର୍ମାନୀ ରହିଛନ୍ତି।

ଅନ୍ୟପଟେ ଓଡ଼ିଶାରେ ୨ ଜଣ କରୋନା ପଜିଟିଭ୍‌ ଅଛନ୍ତି। ଜଣେ କ୍ୟାପିଟାଲ ହସ୍ପିଟାଲରେ ଓ ଆଉ ଜଣେ ଏମ୍‌ସର ଆଇସୋଲେସନ୍‌ ଓ୍ୱାର୍ଡରେ ଅଛନ୍ତି।

Comment