ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

 

କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ଭାରତୀୟ ବ୍ୟାଙ୍କ ଆସୋସିଏସନ୍। କରେନ୍ସି ନୋଟ ବ୍ୟବହାର ପରେ ଅତିକମ୍‌ରେ ୨୦ସେକେଣ୍ଡ ପାଇଁ ହାତ ଧୋଇବାକୁ ପରାମର୍ଶ ଦେଇଛି ଭାରତୀୟ ବ୍ୟାଙ୍କ ଆସୋସିଏସନ୍। ଟଙ୍କା ମାଧ୍ୟମରେ କରୋନା ସଂକ୍ରମଣର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ପରାମର୍ଶ ଦେଇଛି ଭାରତୀୟ ବ୍ୟାଙ୍କ ଆସୋସିଏସନ୍।

ଏହାସହ ବ୍ୟାଙ୍କ ଗ୍ରାହକଙ୍କୁ ବ୍ୟାଙ୍କ ଆସିବା ପରିବର୍ତ୍ତେ ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦିଆଯାଇଛି। ୟୁପିଆଇ ପେମେଣ୍ଟ, ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ଦ୍ଵାରା ଟଙ୍କା ଦେଣନେଣ କରିବାକୁ ପରାମର୍ଶ ଦିଆଯାଇଛି।

ଆଜିଠାରୁ ବ୍ୟାଙ୍କଗୁଡ଼ିକୁ କେତେକ ବିଶେଷ ଦିଗ ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ଟଙ୍କା ଡିପୋଜିଟ୍, ଟଙ୍କା ଉଠାଣ, ଚେକ୍ କ୍ଲିୟରିଂ, ଟଙ୍କା ପଠାଇବା ଓ ସରକାରୀ ଟ୍ରାଞ୍ଜାକ୍ସନ ଉପରେ ଧ୍ୟାନ ଦେବେ ବ୍ୟାଙ୍କ କର୍ମଚାରୀ।

କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ରାଜ୍ୟର ୫ଜିଲ୍ଲା ଓ ୮ଟି ସହର ଲକ୍‌ଡାଉନ ଘୋଷଣା ହୋଇଛି। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନ ପାର୍କ ଓ ବାଣିଜ୍ୟିକ ପ୍ରତିଷ୍ଠାନକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ ରଖାଯାଇଛି।

ବର୍ତ୍ତମାନ ସୁଦ୍ଧାରେ ଦେଶରେ ୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କରୋନା ଭାଇରସକୁ ରୋକିବାକୁ ରବିବାର ଜନତା କର୍ଫ୍ୟୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Comment