ଓଡ଼ିଶାଲାଇଭ୍ କୋରନା ବ୍ୟୁରୋ

ସୁପ୍ରିମକୋର୍ଟରେ କରୋନାକୁ ନେଇ କଟକଣା ଜାରି ହୋଇଛି। ମଙ୍ଗଳବାରଠାରୁ ସୁପ୍ରିମକୋର୍ଟରେ ସମସ୍ତ ଶୁଣାଣି ସ୍ଥଗିତ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।

ତେବେ କେବଳ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣି ହେବ। ଏହାସହ ସୁପ୍ରିମକୋର୍ଟ ପରିସରରେ ଥିବା ସମସ୍ତ ଓକିଲଙ୍କ ଚ୍ୟାମ୍ବର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ ଏ ବବ୍‌ଡେଙ୍କ ନତୃତ୍ଵରେ ଏକ ୩ଜଣିଆ ଖଣ୍ଡପୀଠ ଏନେଇ ସୂଚନା ଦେଇଛନ୍ତି।

ଓଡ଼ିଶା ହାଇକୋର୍ଟ ମଧ୍ୟ କରୋନକୁ ନେଇ କଟକଣା ଜାରି କରିଛନ୍ତି। ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଅତି ଗୁରୁତ୍ଵପୂର୍ଣ୍ଣ ମାମଲା ବିଷୟରେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ। ହ୍ଵାଟସ୍ଆପ ଓ ଭିଡିଓ କଲ୍ ଜରିଆରେ ଏହି ମାମଲା ବିଷୟରେ ଅବଗତ ହେବେ ଡେପୁଟି ରେଡିଷ୍ଟ୍ରାର।

କରୋନାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ସମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜନତା କର୍ଫ୍ୟୁ ଆହ୍ଵାନ ଦେଇଥିଲେ। ଏହାସହ ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୪୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ନିକଟସ୍ତ ମେଡିକାଲର ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି।

Comment