ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଦିନକୁ ଦିନ ବ୍ୟାପିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୫କୁ ଛୁଇଁଲାଣି। ରବିବାର ଦିନ କରୋନା ସଂକ୍ରମଣ କାରଣରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ୍‌ ୭ ଜଣଙ୍କ ମୃତ୍ୟୁ ଘଟିଛି।

ଭାରତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଦେଶରେ ୨୩ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ବିଭିନ୍ନ ବିମାନବନ୍ଦରରେ ମୋଟ୍‌ ୧୮, ୧୭, ୩୨୭ ଜଣ ଲୋକଙ୍କର ସ୍କ୍ରିନିଂ କରାଯାଇଛି।

ଚୀନର ଉହାନରୁ ସୃଷ୍ଟି ହୋଇଥିବା କୋଭିଡ୍‌-୧୯ ଭାଇରସ ବର୍ତ୍ତମାନ ୧୮୭ଟି ଦେଶକୁ ବ୍ୟାପି ସାରିଛି। ପୂରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୪ ହଜାର ୧୧୦ ହୋଇଥିବା ବେଳେ ୧୨ହଜାର ୯୪୪ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି।

Comment