ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: କରୋନା ଭାଇରସ୍‌ ପାଇଁ ସାରା ଦେଶ ଲକ୍‌ଡାଉନ୍‌। ଏଥିରୁ ବାରିପଦା ବି ବାଦ୍‌ ପଡ଼ିନି। ଦୋକାନ ବଜାର ବନ୍ଦ ଥିବାରୁ ଲୋକେ ତଟକା ପରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ଫୁଡ୍ ଏଣ୍ଡ ଭେଜିଟେବୁଲ ପ୍ରୋଡ୍ୟୁସରସ୍‌ କମ୍ପାନି ପକ୍ଷରୁ ମୟୂରଫ୍ରେସ ନାମକ ଏକ ସଂସ୍ଥା ଏକ ପଦକ୍ଷେପ ନେଇଛି। ଗାଡ଼ିରେ ତଟକା ପରିବା ନେଇ ଘର ପାଖରେ ପହଞ୍ଚୁଛି।

ପରିବା କିଣିବା ପାଇଁ ଲୋକମାନେ ଧାଡ଼ିରେ ଆସୁଛନ୍ତି। ଗାଡ଼ି ପାଖରେ ୧୦୦ ମିଟର ଦୂରତା ରକ୍ଷା ପାଇଁ ଚୂନରେ ଗୋଲ ବୁଲା ଯାଇଛି। ଲୋକମାନେ ଏହି ମୁଣ୍ଡଳି ଭିତରେ ରହି ଜଣ ଜଣ କରି ପରିବା କିଣୁଛନ୍ତି। ଗ୍ରାହକମାନେ ୯୮୬୧୫୦୯୮୯୬ ନମ୍ବରରେ କଲ କରି ଏହି ସୁବିଧା ପାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

1 COMMENT

Comment