ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ରାମାୟଣ ସିରିଏଲ୍ ପରେ ଏବେ ଡିଡି ଭାରତୀରେ ପ୍ରସାରିତ ହେଉଛି ‘ମହାଭାରତ’ ସିରିଏଲ୍। ଏହାକୁ ଲୋକମାନେ ପ୍ରତିଦିନ ମଧ୍ୟାହ୍ନ ୧୨ଟା ଓ ସନ୍ଧ୍ୟା ୭ଟାରେ ଦେଖିପାରିବେ ବୋଲି କୁହାଯାଇଛି।

କରୋନା ପାଇଁ ସାରା ଦେଶ ଏବେ ଲକଡାଉନ୍ ହୋଇରହିଛି। ତେଣୁ ଏହି ସମୟରେ ଲୋକମାନେ ନିଜର ପୁରୁଣା ଦିନର ସ୍ମୃତି ତାଜା କରିବା ପାଇଁ ଏହି ଦୁଇ ସିରିଏଲର ପୁନଃ ପ୍ରସାରଣ କରିବାକୁ ଅନୁରୋଧ କରିଥିଲେ। ଯାହାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ଅନୁମତି ଦେଇଛି। ଏନେଇ ନିଜେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଟୁଇଟ୍ କରି ସୂଚନା ଦେଇଥିଲେ।

ରାମାୟଣ ଓ ମହାଭାରତର ସିରିଏଲକୁ ଭାରତୀୟ ଟେଲିଭିଜନ ଇତିହାସର ଗୋଟିଏ ଗୋଟିଏ ଏକ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଏ। ସେ ସମୟରେ ଏହି ଦୁଇ ସିରିଏଲକୁ ଦେଖିବାକୁ ଗାଁ ଗହଳିରେ ପ୍ରବଳ ଭିଡ଼ ମଧ୍ୟ ଦେଖିବାକୁ ମିଳୁଥିଲା। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନେ ସମସ୍ତେ ଏହି ସିରିଏଲ୍ ଦେଖିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ବର୍ତ୍ତମାନ ଏହି ସ୍ମୃତିକୁ ଲୋକମାନେ ପୁଣିଥରେ ତାଜା କରିପାରିବେ।

Comment