ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ପ୍ରାଣଘାତୀ କରୋନା ଭାଇରସର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଭାରତୀୟ ସେନା। ସେନା ପକ୍ଷରୁ କରୋନା ସହ ଲଢ଼ିବା ପାଇଁ ଆରମ୍ଭ ହୋଇଛି ଅପରେସନ। ଏହି ଅପରେସନର ନାଁ ରହିଛି ‘ଅପରେସନ ନମସ୍ତେ’। ଏହି ଅପରେସନର କୋଡ ନାଁ ରହିଛି  ‘ଆଣ୍ଟି କୋଭିଡ ୧୯’। ସେନା ମୁଖ୍ୟ ଏମଏମ ନରୱାଣେ ନିଜେ ଏହି ଅପରେସନର ଘୋଷଣା କରିଛନ୍ତି।

କୋଭିଡ-୧୯ ସହ ଲଢେଇ ପାଇଁ ସାରା ଦେଶରେ ମୋଟ ୮ଟି କ୍ୱାରେଣ୍ଟାଇନ କେନ୍ଦ୍ର ସ୍ଥାପନ କରିଛି ଭାରତୀୟ ସେନା। ଏହାଛଡ଼ା ସେନା ପକ୍ଷରୁ ହେଲ୍‌ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି, ଯାହା ଜରିଆରେ ସଂକ୍ରମିତ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବ ସେନା।

ଅପରେସନ୍ ନମସ୍ତେ ଘୋଷଣା କରି ଆର୍ମି ଚିଫ୍ ଏମ୍ ନରୱାନେ କହିଛନ୍ତି ଯେ ଏହି ମହାମାରୀ ବିରୋଧରେ ସରକାର ଓ ଦେଶର ଜନତାଙ୍କୁ ସାହାଯ୍ୟ କରିବା ସେନାର କର୍ତ୍ତବ୍ୟ। ଅତୀତରେ ଅନେକ ଅପରେସନ୍ ସେନା ସଫଳତାର ସହ କରିସାରିଛି ଏବଂ ‘ଅପରେସନ୍ ନମସ୍ତେ’ ମଧ୍ୟ ସଫଳତାର ସହ କରାଯିବ।

ସେହିପରି ସେନା ମୁଖ୍ୟ କହିଛନ୍ତି ଯେ ସେନା ମୁଖ୍ୟ ଭାବରେ ଯବାନମାନଙ୍କୁ ସୁରକ୍ଷିତ ଏବଂ ଫିଟ୍ ରଖିବା ମୋର ପ୍ରାଥମିକତା। କାରଣ  ଯେତେବେଳେ ଆମେ ନିଜେ ସୁରକ୍ଷିତ ସେତେବେଳେ ଆମେ ଆମର କର୍ତ୍ତବ୍ୟ ପୂରଣ କରିପାରିବା।

ଅନ୍ୟପକ୍ଷରେ କରୋନା ପାଇଁ ସେନାରେ ଯବାନମାନଙ୍କର ଛୁଟିକୁ ବାତିଲ କରାଯାଇଛି। ଏନେଇ ଯବାନଙ୍କ ପରିବାର ଚିନ୍ତା କରନ୍ତୁ ନାହିଁ ସେନା ମୁଖ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here