ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) :ଲକଡାଉନ୍ ସମୟରେ କର୍ଣ୍ଣାଟକରେ ଫସିଲେ ଓଡ଼ିଆ ଦାଦନ ଶ୍ରମିକ। ଓଡ଼ିଶାର ଦକ୍ଷିଣାଞ୍ଚଳ ଜିଲ୍ଲାର ଦଶରୁ ଅଧିକ ଶ୍ରମିକ ଲକଡାଉନ୍ ଯୋଗୁ ଭୋକଉପାସରେ କର୍ଣ୍ଣାଟକରେ ଫସିରହିଛନ୍ତି।

ଓଡ଼ିଶାର ରାୟଗଡା, କୋରାପୁଟର, ମାଲକାନଗିରି, ନବରଙ୍ଗପୁର ଓ ଗଜପତି ଜିଲ୍ଲାର ଏହି ଲୋକମାନେ ସେଠାରେ ଦାଦନ ଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ। କରୋନା ମହାମାରୀ ଆତଙ୍କ ଯୋଗୁଁ ସାରା ଦେଶ ଏବେ ଲକଡାଉନ୍ ଅଛି। ସେହି ଘରୋଇ କମ୍ପାନି ମଧ୍ୟ ବନ୍ଦ ପଡ଼ିଛି। ଏଭଳି ପରିସ୍ଥିତିରେ ସେହି ଓଡ଼ିଆ ଶ୍ରମିକମାନେ ଖାଇବାକୁ ନପାଇ ସେଠାରେ ଭୋକଉପାସରେ ଦିନ କାଟୁଛନ୍ତି। ଓଡ଼ିଶା ଫେରିବାକୁ ଚାହୁଁଥିଲେ ମଧ୍ୟ ପୋଲିସ୍ ସେମାନଙ୍କ ଘରୁ ବାହାରିବାକୁ ଦେଉନାହିଁ ବୋଲି ସେ ନେହୁରା ହୋଇ କହିଛନ୍ତି।

ରାୟଗଡ଼ା ସହର ଅଶୋକ ନଗରର ମୁକୁନ୍ଦ ଗରଡ଼ା ମଧ୍ୟ ଏଥିରେ ଫସି ରହିଛନ୍ତି। ତାଙ୍କର ଏହି କଥା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏବେ ତାଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇ ଦେବା ସହିତ ଓଡ଼ିଶା ଫେରାଇଆଣିବାକୁ ସେମାନଙ୍କର ପରିବାର ଲୋକ ପ୍ରଶାସନ ଆଗରେ ନେହୁରା ହୋଇଛନ୍ତି।

 

Comment