ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର କଟକରେ। ସେ ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ଦିଲ୍ଲୀ ନିଜାମୁଦ୍ଦିନରେ ଅନୁଷ୍ଠିତ ଧର୍ମସମ୍ମିଳନୀରେ ଯୋଗ ଦେଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଗତ ଗୁରୁବାର ଦିନ କଟକର ଏହି ଆକ୍ରାନ୍ତଙ୍କ ରକ୍ତ ନମୁନା ଏବଂ ସ୍ୱାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାଙ୍କୁ କଟକ ଏସ୍‌ସିବି ମେଡିକାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି।

ନିଜାମୁଦ୍ଦିନ ଧର୍ମସମ୍ମିଳନୀରେ ଯୋଗଦେଇଥିବା ଓଡ଼ିଶାର ମୋଟ ୨୭ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା। ୨୧ଟି ରିପୋର୍ଟ ନେଗେଟିଭ୍‌ ଆସିଥିଲା ଏବଂ ଗୋଟିଏ ପଜିଟିଭ୍‌ ଆସିଛି। ଆଉ ୫ଟିର ରିପୋର୍ଟ ଆସିନାହିଁ।

Comment