ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସାନିଟାଇଜ୍‌ ବା ବିଶୋଧନ ହେବ ରାଜଧାନୀର ପ୍ରମୁଖ ହାଟ। ବିଏମ୍‌ସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ରାଜଧାନୀର ପ୍ରମୁଖ ହାଟଗୁଡ଼ିକୁ ବିଶୋଧନ କରାଯିବ।

ଭୁବନେଶ୍ଵରର ୧ ନମ୍ବର ହାଟ, ୪ ନମ୍ବର ମାଛ ମାର୍କେଟ, ସହିଦ ନଗର ଡେଲି ମାର୍କେଟ, ରୁଚିକା ମାର୍କେଟ, ଇନ୍ଦ୍ରଧନୁ, ଡମାଣା, ୟୁନିଟ୍‌ ୩, ଗଣ୍ଡମୁଣ୍ଡା, ବିଜେବି ନଗର ହାଟ ଓ ମା କୋଚିଲାଖାଇ ମାର୍କେଠ୍‌କୁ ବିଶୋଧନ କରାଯିବ। ସଟ୍‌ଡାଉନ୍‌ ସରିବା ପରେ ଏହି ହାଟଗୁଡ଼ିକ ଯେମିତି ଚାଲୁଥିଲା ସେମିତି ଚାଲିବ।

ଆଜି ରାତି ୮ରେ ଶେଷ ହେବ ସଟ୍‌ଡାଉନ୍‌। କଟକ, ଭୁବନେଶ୍ୱର, ଭଦ୍ରକ ସହରରେ ଗତ ୪୮ ଘଣ୍ଟା ଧରି ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ରହିଥିଲା। ଫଳରେ ହାଟ, ଗ୍ରୋସରି ଦୋକାନ ବି ବନ୍ଦ କରାଯାଇଥିଲା। ସଟ୍‌ ଡାଉନ୍‌ ସରିବା ପରେ ରାଜଧାନୀର ପ୍ରଭୁଖ ହାଟଗୁଡ଼ିକ ଖୋଲିବ।

ତେବେ ଅନ୍ୟପଟେ ସରକାର କହିଛନ୍ତି ଯେ, ସଟ୍‌ଡାଉନ୍‌ ସରିବା ପରେ ଲୋକେମାନେ ବଜାରକୁ ଆସି ଗହଳି କରନ୍ତୁ ନାହିଁ। ସାମାଜିକ ଦୂରତା ରକ୍ଷା କରନ୍ତୁ।

Comment