ଓଡ଼ିଶାଲାଇଭ୍‌ ବ୍ୟୁରୋ

how to wear mask

କୋଭିଡ୍‌-୧୯ ବା କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଘରୁ ବହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କ ଆବଶ୍ୟକତାକୁ ଦେଖି ବଜାରରେ ମାସ୍କ ଉପଲବ୍ଧ ନାହିଁ। ଏଥିପାଇଁ ଘରେ ଆପଣ କପଡ଼ାରେ ତିଆରି ମାସ୍କ ବ୍ୟବହାର କରିପାରିବେ।

କେଉଁ ପ୍ରକାର କପଡ଼ା ବ୍ୟବହାର କରିବେ?

କପଡ଼ା ମାସ୍କ ତିଆରି କରିବା ପାଇଁ ଉଚ୍ଚମାନର କପଡ଼ା ବ୍ୟବହାର କରିବା ଭଲ। ଟି-ସାର୍ଟ କପଡ଼ା, ସ୍କାର୍ଭସ୍‌, କଟନ ଟାଓ୍ୱେଲ ଭଳି କପଡ଼ା ବ୍ୟବହାର କରିବା ଲାଭଦାୟକ।

କେମିତି କରିବେ ପ୍ରସ୍ତୁତ?

ଏକ ଗଞ୍ଜି, ଟିସାର୍ଟ ବା ନିଜ ଟାଓ୍ଵେଲର କପଡ଼ାକୁ ୧୦/୬ ଇଞ୍ଚ ଆୟତକାରରେ କାଟିଦିଅ। ଏହି ଭାଗକୁ ସିଲେଇ କରିଦିଅନ୍ତୁ।

କପଡ଼ାର ଲମ୍ବା ପଟକୁ ୧.୪ ଇଞ୍ଚ ଭାଙ୍ଗି ଦିଅନ୍ତୁ ବା ଫୋଲ୍ଡ କରିଦିଅନ୍ତୁ।

ସେହିପରି କପଡ଼ାର ଛୋଟ ଭାଗ,ଯେଉଁପଟେ ୬ ଇଞ୍ଚ କାଟିଥିବେ, ସେପଟ ଭାଗକୁ ୧/୮ ଇ୍ଞ୍ଚରେ ଭାଙ୍ଗି ଦିଅନ୍ତୁ। ଏହି ଭାଗକୁ ସିଲେଇ କରିଦିଅନ୍ତୁ।

ଏବେ ୬ ଇଞ୍ଚ ବିଶିଷ୍ଟ ହୋଲ ଭିତରେ ଏକ ଇଲାଷ୍ଟିକ୍‌ ଭର୍ତ୍ତି କରିଦିଅନ୍ତୁ। ଇଲାଷ୍ଟିକ୍‌ର ବାହାର ପଟ ବାନ୍ଧି ଦିଅନ୍ତୁ। ଯେମିତି ଏହା ଆପଣଙ୍କ କାନ ପଛପଟେ ରହିବ।  ଏବେ ଆପଣ ଇଲାଷ୍ଟିକ୍‌ ଧରନ୍ତୁ ମାସ୍କ ପିନ୍ଧିବାକୁ ଚେଷ୍ଟା କରନ୍ତୁ। ଇଲାଷ୍ଟିକ୍‌କୁ କାନ ପଛପଟେ ଲଗାଇ ଦିଅନ୍ତୁ।

ମାସ୍କର ସମ୍ନା ପଟକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ। ସେହି ମାସ୍କକୁ ପୁଣିଥରେ ବ୍ୟବହାର କରିବା ପୂର୍ବରୁ ମାସ୍କକୁ ଧୁଅନ୍ତୁ।

ମାସ୍କକୁ ସାବୁନ୍‌ ଓ ଭଲ ପାଣିରେ ଧୁଅନ୍ତୁ।

Comment