ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ ପାଇଁ ମାନସିକ ଚାପ ଅନୁଭବ ହେବା ସ୍ୱାଭାବିକ। ଏହାର କାରଣ ହେଲା ପ୍ରତିଦିନ କରୋନାକୁ ନେଇ ଯେଉଁ ନୂଆ ମାମଲା ଆସୁଛି ଏବଂ ଅନ୍ୟଟି ଲକଡାଉନ। ଏହା ଆପଣଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ତେଣୁ ଏହି ସମୟରେ ଶାରୀରିକ ଓ ମାନସିକ ଭାବେ କିଭଳି ନିଜକୁ ଫିଟ୍‌ ରଖିବେ ସେନେଇ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।

ମାନସିକ ଭାବେ ଫିଟ୍‌ ପାଇଁ..

ମନ ପସନ୍ଦର ଫିଲ୍ମ ଦେଖନ୍ତୁ

ଘରେ ଟିଭିରେ କରୋନା ସମ୍ବନ୍ଧୀୟ ଖବର ଦେଖିବା ସହିତ ଅନ୍ୟ ଚ୍ୟାନେଲ ମଧ୍ୟ ଦେଖନ୍ତୁ। ମନ ପସନ୍ଦର ଫିଲ୍ମ, ସିରିଏଲ ଅନ୍ୟ ସୋ’ ଦେଖି ମରୋରଞ୍ଜନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଧ୍ୟାନ କରୋନାରୁ ହଟିବ। ଆପଣ ସୁସ୍ଥ ଅନୁଭବ କରିବେ।

ସାଙ୍ଗମାନଙ୍କୁ ଭିଡିଓ କଲ କରନ୍ତୁ

ଲକଡାଉନ ଯୋଗୁଁ ସମସ୍ତେ ଏବେ ଘରେ ଅଛନ୍ତି। ସ୍କୁଲ, କଲେଜ ବନ୍ଦ ରହିଛି। ସାଙ୍ଗସାଥୀଙ୍କ ସହ ଦେଖା ସାକ୍ଷାତ ବି ହୋଇପାରୁନାହିଁ। ଏହି ସମୟରେ ସେମାନଙ୍କ ସହ ଫୋନ୍‌ ଯୋଗେ କଥା ହୁଅନ୍ତୁ। ମଝିରେ ମଝିରେ ଭିଡଓ କଲ୍‌ ବି କରନ୍ତୁ। ଏହା ନିଶ୍ଚୟ ଆପଣଙ୍କ ମାନସିକ ଚାପକୁ କମ୍‌ କରିବ।

ନିଜକୁ ବ୍ୟସ୍ତ ରଖନ୍ତୁ

ଘରେ ଥିବା ସମୟରେ ନିଜକୁ ବ୍ୟସ୍ତ ରଖନ୍ତୁ। କରୋନାରୁ ଧ୍ୟାନ ହଟାଇ ଅନ୍ୟ କଥାରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଏଥିପାଇଁ ଆପଣ ପରିବାର ସଦସ୍ୟଙ୍କ ସହ ଗେମ୍‌ ଖେଳିପାରିବେ ଓ କିଛି ନୂଆ ନୂଆ ବହି ପଢ଼ିପାରିବେ। ଯାହାଫଳରେ ଆପଣ ମାନସିକ ସ୍ତରରେ ନିଜକୁ ସୁସ୍ଥ ଅନୁଭବ କରିବେ।

ଯୋଗ ଓ ଧ୍ୟାନ କରନ୍ତୁ

ମନକୁ ଶାନ୍ତ ଓ ଚାପ ମୁକ୍ତ ରଖିବାର ସବୁଠୁ ଭଲ ମାଧ୍ୟମ ହେଲା ଯୋଗ ଓ ଧ୍ୟାନ କରିବ। ଯୋଗ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ନିୟମିତ ଭାବେ ଯୋଗ କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ।

coronaଶାରୀରିକ ଭାବେ ଫିଟ୍‌ ପାଇଁ…

ପ୍ରତିଦିନ ୩୦ ମିନିଟ ବ୍ୟାୟମ କରନ୍ତୁ

ଲକଡାଉନ ପାଇଁ ଯେହେତୁ ଆପଣ ଘରେ ଅଛନ୍ତି ସେଥିପାଇଁ ନିଶ୍ଚୟ ଖାଇବା ପିଇବା ଅଧିକ ହେଉଥିବ। ଶାରୀରିକ ପରିଶ୍ରମ ମଧ୍ୟ କମ୍‌ ହେଉଥିବ। ଏହାଦ୍ୱାରା ଆପଣଙ୍କ ଓଜନ ବୃଦ୍ଧି ହେବା ସହିତ ଅନ୍ୟ ସମସ୍ୟା ହୋଇପାରେ। ସେଥିପାଇଁ ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟମ କରିବା ଜରୁରୀ। ଆପଣ ବିଭିନ୍ନ ପ୍ରକାରର ବ୍ୟାୟମ କରିପାରିବେ।

ଘର କାମ କରନ୍ତୁ

ଘରେ ଥିଲା ବେଳେ ଆପଣ ମା’ଙ୍କୁ ଘର କାମରେ ସାହାଯ୍ୟ କରିପାରିବେ ବା ନିଜେ କରିପାରିବେ। ଏହା ମଧ୍ୟ ଏକ ପ୍ରକାର ଶାରୀରିକ ବ୍ୟାୟାମ, ଯାହା ଆପଣଙ୍କୁ ଶାରୀରିକ ଭାବେ ଫିଟ୍‌ ରଖିବ।

Comment