ଓଡ଼ିଶାଲାଇଭ୍ କୋରନା ବ୍ୟୁରୋ

ଶରୀରରେ ଶ୍ୱାସକ୍ରିୟା ସମ୍ଭନ୍ଧୀୟ ଗୁରୁତର ସମସ୍ୟା ଦେଖା ଦେଲେ ଭେଣ୍ଟିଲେଟର ବ୍ୟବହାର କରାଯାଇଥାଏ। ଭେଣ୍ଟିଲେଟର ସାହଯ୍ୟରେ ଜଣେ ରୋଗୀ ନିଶ୍ଵାସ ପ୍ରାଶ୍ଵସ ନେଇ ପାରିଥାଏ। ତେବେ ଏହି ଭେଣ୍ଟିଲେଟର କେବେ ପ୍ରଥମେ ଉଦ୍ଭାବନ ହୋଇଥିଲା? ପ୍ରଥମେ ଏହା କେବେ ବ୍ୟବହାର ହୋଇଥିଲା? ଆସନ୍ତୁ ଜାଣିବା।

କେତେକ ରୋଗୀଙ୍କ ଶରୀରରେ କୌଣସି କାରଣରୁ ଅମ୍ଳଜାନର ମାତ୍ରା କମି ଯାଇଥାଏ। ସେମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଏଭଳି ରୋଗୀଙ୍କ ସ୍ଵାସ୍ଥ୍ୟବସ୍ତା ଗୁରୁତର ହେଲେ ଭେଣ୍ଟିଲେଟର ବ୍ୟବହାର କରାଯାଇଥାଏ। ଏହି ମେସିନ ଶରୀର ଫୁସ୍‌ଫୁସ୍ ସହ କାମ କରି ଶରୀରକୁ ଆବଶ୍ୟକ ପରିମାଣରେ ଅମ୍ଲଜାନ ପହଞ୍ଚାଇଥାଏ। ତେବେ ଏହି ଭେଣ୍ଟିଲେଟର ମେସିନ କେବେ ଉଦ୍ଭାବନ ହୋଇଥିଲା? ପ୍ରଥମେ ଏହା କେଉଁଠି ବ୍ୟବହାର ହୋଇଥିଲା? ଆସନ୍ତୁ ଜାଣିବା।

କେବେ ତିଆରି ହୋଇଥିଲା ଭେଣ୍ଟିଲେଟର?

ସର୍ବପ୍ରଥମେ ୧୯୨୮ ମସିହାରେ ଏକି ଶ୍ଵାସକ୍ରିୟା ଯନ୍ତ୍ର ଉଦ୍ଭାବନ ହୋଇଥିଲା। ଏହା ‘ଲୁହା ଫୁସ୍‌ଫୁସ୍‌’ (iron lung) ଭାବେ ପରିଚିତ ହୋଇଥିଲା। ଏହି ମେସିନ ୧୯୩୦ରୁ ୧୯୫୦ ମସିହା ମଧ୍ୟରେ ବ୍ୟବହାର ହୋଇଥିଲା। ଏହି ମେସନକୁ ପ୍ରଥମେ ଏକ କୁକୁର ଉପରେ ବ୍ୟବହାର କରାଯାଇଥିଲା। ଏହି ଲୁହା ଫୁସ୍‌ଫୁସ୍‌ ରୋଗୀମାନଙ୍କ ଶରୀରରେ କମ୍ ବାୟୁଚାପ ସୃଷ୍ଟି କରି ଫୁସଫୁସକୁ ବିସ୍ତାର କରିବାରେ ସକ୍ଷମ ଥିଲା। ଫଳରେ ରୋଗୀ ଜଣକ ସହଜରେ ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁଥିଲେ। ଏହି ଭେଣ୍ଟିଲେଟର ବୋଷ୍ଟନ ଶିଶୁ ଚିକିତ୍ସାଳୟରେ ପ୍ରଥମେ ବ୍ୟବହାର ହୋଇଥିଲା। ଆମେରିକାର ବୈଜ୍ଞାନିକ ଫିଲିପ୍ ଡ୍ରିଙ୍କର, ଲୁଇସ ଆଗାସିଜ୍ ଓ ଜନ ହାଭେନ ଏମରସନଙ୍କ ମିଳିତ ଉଦ୍ୟମରେ ଏହି ମେସିନ ତିଆରି ହୋଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯୁଦ୍ଧ ବିମାନ ପାଇଲଟମାନଙ୍କୁ ଅମ୍ଳଜାନ ଯୋଗାଇବା ପାଇଁ ଭେଣ୍ଟିଲେଟରଗୁଡିକ ବିକଶିତ କରାଯାଇଥିଲା। ଆମେରିକାର ବୈଜ୍ଞାନିକ ଫରେଷ୍ଟ ମର୍ଟନ ବାର୍ଡ ଏହାକୁ ପୁନଃଉଦ୍ଭାବନ କରିଥିଲେ। ୧୯୫୦ ମସିହାରେ ଏହାକୁ ମେକାନିକାଲ ଭେଣ୍ଟିଲେଟରରେ ନାମରେ ନାମକରଣ କରାଗଲା। ସେହି ସମୟରେ ଏହି ମେକାନିକାଲ ଭେଣ୍ଟିଲେଟର ସାହାଯ୍ୟରେ ପୋଲିଓ ମହାମାରୀର ମୁକାବିଲା କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥିଲା। ଏହାକୁ ବ୍ୟବାହାର କରିବା ଦ୍ଵାରା ଶ୍ଵାସକ୍ରିୟା ସମ୍ବନ୍ଧୀୟ ଶିଶୁ ମୃତ୍ୟୁ ହାର ୭୦ ପ୍ରତିଶତରୁ ୪୦ ପ୍ରତିଶତ ହ୍ରାସ ପାଇଥିଲା।

କେତେ ପ୍ରକାରର ଭେଣ୍ଟିଲେଟର ରହିଛି?

ଭେଣ୍ଟିଲେଟର ମୁଖ୍ୟତଃ ୩ ପ୍ରକାରର ରହିଛି। ସେଗୁଡ଼ିକ ହେଉଛି ପ୍ରେସର ସାଇକ୍‌ଲଡ ଭେଣ୍ଟିଲେଟର, ଟାଇମ ସାଇକ୍‌ଲଡ ଭେଣ୍ଟିଲେଟର ଓ ଭୋଲ୍ୟୁମ ସାଇକ୍‌ଲଡ ଭେଣ୍ଟିଲେଟେର।

ପ୍ରେସର ସାଇକ୍‌ଲଡ ଭେଣ୍ଟିଲେଟର

ଏହି ଭେଣ୍ଟିଲେଟରରେ ବାୟୁର ପ୍ରବାହ ସ୍ଥିର ରହିଥାଏ। ଏହା ସଙ୍କୁଚିତ ଗ୍ୟାସ୍ ଦ୍ୱାରା ପରିଚାଳିତ ହୋଇଥାଏ। ଏହା ଆକାର ଛୋଟ ହୋଇଥାଏ। ଏଥିରେ ନେବୁଲାଇଜର ହ୍ୟୁମିଡିଫାୟର୍ ରହିଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ସୁବିଧା ହୋଇଥାଏ। ତେବେ ଏହାର ଚାପ ଯୋଗୁଁ ରୋଗୀଙ୍କ ଦେହରେ ପାରିପାର୍ଶ୍ଵିକ ପରିସ୍ଥିତିରେ  କୌଣସି ପ୍ରଭାବ ପଡ଼ିନଥାଏ। ଏଥିରେ ଲାଗିଥିବା ଟ୍ୟୁବ୍ ଅତ୍ୟଧିକ ସଂକୀର୍ଣ୍ଣ ରହିଥାଏ। ଏଥିରେ ଲାଗିଥିବା ଇଞ୍ଜେକ୍ଟରରେ ବାୟୁ ପ୍ରବାହକୁ ନିୟଣନ୍ତ୍ରଣ କରିବାରେ ସକ୍ଷମ ହୋଇଥାଏ।

ଟାଇମ ସାଇକ୍‌ଲଡ ଭେଣ୍ଟିଲେଟର

ଏହା ଏକ ଚାପ ସୀମିତ ଭେଣ୍ଟିଲେଟର। ଏହି ଭେଣ୍ଟେଲେଟର ଦ୍ଵାରା ଏକ ସୀମିତ ଚାପରେ ରୋଗୀଙ୍କ ଦେହକୁ ବାୟୁ ପ୍ରବାହ କରାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଏହା ରୋଗୀର ବାୟୁ ପ୍ରବାହ ପଥକୁ ଖୋଲିବାରେ ସହାୟକ ହୋଇଥାଏ। ଏଥିରେ ଏକ କଣ୍ଟ୍ରୋଲ ଅପରେଟର ଥାଏ। ଏହା ଏକ ଭଲ୍ୟୁମ୍-ଚକ୍ର ଓଭରବ୍ରିଡ୍ ସିଷ୍ଟମ୍, ଯାହା ନିଶ୍ୱାସ ପ୍ରଶ୍ୱାସକୁ ସକ୍ରିୟ କରିଥାଏ। ଏହା ଦ୍ଵାରା ଏକ୍ସପାୟାରିଟି ଫ୍ଲୋ ପଥ ଖୋଲିଥାଏ। ବାୟୁ ପ୍ରବାହ ସଙ୍କେତ ଦେବା ପାଇଁ ଏହି ଭେଣ୍ଟିଲେଟରରେ ଏକ ସିଗ୍ନାଲ ରହିଥାଏ।

ଭୋଲ୍ୟୁମ ସାଇକ୍‌ଲଡ ଭେଣ୍ଟିଲେଟର

ଏହି ଭେଣ୍ଟିଲେଟର ସହାଯ୍ୟରେ ରୋଗୀଙ୍କ ଶରୀରକୁ ଆବଶ୍ୟକ ହେଲେ ଅଧିକ ବାୟୁ ପ୍ରବାହ କରାଯାଇପାରେ। ବେଳେବେଳେ ଫୁସ୍‌ଫୁସ୍‌ର ପ୍ଲାଟୋ ପ୍ରେସର ପାଇଁ ଆବଶ୍ୟକତାଠାରୁ ଅଧିକ ବାୟୁ ପ୍ରବାହ କରିବାକୁ ପଡ଼ିପାରେ। ଏହା ଏକ ଅତ୍ୟାଧୁନିକ ଭେଣ୍ଟିଲେଟର। ଏହା ଦ୍ଵାରା ଫୁସଫୁସ ନିୟନ୍ତ୍ରଣ କରାଯାଇଥାଏ। ଏହାସହ ଶରୀରରେ ଥିବା ବାୟୁ ପଥରେ ଭଲ୍ୟୁମ୍ ସ୍ଥିର ରଖିବାରେ ଏହା ସହାୟକ ହୋଇଥାଏ। ଫୁସଫୁସରେ ସମ୍ଭାବ୍ୟ ଅସ୍ୱାଭାବିକ ପରିସ୍ଥିତିରେ ଏହା ସ୍ଥିର ଭାବର କାମ କରିଥାଏ।

corona

କରୋନା ଭାଇରସ ଶରୀର ଶ୍ଵାସକ୍ରିୟାରେ ପ୍ରଭାବ ପକାଇଥାଏ। ତେବେ କେବଳ ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିପାରେ। ପ୍ରତ୍ୟେକ କରୋନା ଆକ୍ରନ୍ତଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟର ଜରୁରୀ ନୁହେଁ।

ବର୍ତ୍ତମାନ ସୁଦ୍ଧା ଭାରତରେ ୫ହଜାର ୭୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୯ଜଣଙ୍କ ମୃତ୍ୟୁ ହୋଇଛି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବାରମ୍ବାର ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here