ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କଳାହାଣ୍ଡିର ଆଉ ଜଣେ ଯୁବକ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ରାଜ୍ୟର ୪୫ ନମ୍ବର ଆକ୍ରାନ୍ତ ବୋଲି କୁହାଯାଇଛି।

ଗୁରୁବାର ରାତିରେ ଓଡ଼ିଶାରେ ଆଉ ଚାରିଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯାହା ଫଳରେ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୪୮  ଛୁଇଁବା ନେଇ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ସୂଚନା ଦେଇଥିଲା। ଏହି ଚାରିଜଣ ନୂଆ ଆକାନ୍ତଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଆଉ ଜଣେ ବ୍ୟକ୍ତି ସାମିଲ ରହିଥିଲେ ବୋଲି ସୂଚନା ମିଳିଥିଲା। ଶୁକ୍ରବାର ସେହି ଯୁବକଙ୍କ ଟ୍ରାଭେଲ୍ ହିଷ୍ଟ୍ରି ବାବଦରେ ବିସ୍ତୃତ ସୂଚନା ଦେଇଛି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ।

କଳାହାଣ୍ଡି ଗୋଲମୁଣ୍ଡା ଅଞ୍ଚଳର ଏହି ୨୦ ବର୍ଷୀୟ ଯୁବକ ମାର୍ଚ୍ଚ ୨୦ ଓ ୨୧ ତାରିଖରେ ବେହେରାଗୁଡ଼ା ଗାଁରେ ଅପରାହଣ ସମୟରେ ତାଙ୍କର କିଛି ସାଙ୍ଗସାଥୀଙ୍କୁ ଭେଟିଥିଲେ। ଏହାପରେ ସେ ମାର୍ଚ୍ଚ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ପୂରାପୁରି ଘରେ ରହିଥିଲେ। ଏହି ଦୁଇ ଦିନ ସେ କୌଣସି ଅଞ୍ଚଳକୁ ଯାଇନଥିବା ସୂଚନା ରହିଛି।corona

ଏହାପରେ କିନ୍ତୁ ଯୁବକ ଜଣକ ମାର୍ଚ୍ଚ ୨୫ ତାରିଖରେ ଗାଁ’ର ଏକ ଗ୍ରୋସରୀ ଦୋକାନକୁ ଯାଇଥିଲେ। ଏହାପରେ ସେ ପୁଣିଥରେ ମାର୍ଚ୍ଚ ୨୬ ତାରିଖରୁ ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ କାହାର ସଂସ୍ପର୍ଶରେ ଆସିନଥିଲେ।

ଏହାପରେ ଏପ୍ରିଲ ୪ ତାରିଖରେ ସେ ବାହାରିନରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ବାହାରିନରୁ ଆସିଥିବା ଏହି ବ୍ୟକ୍ତିଜଣକ ମଧ୍ୟ କରୋନାରେ ପଜିଟିଭ୍ ଥିବା ଜଣାପଡ଼ିଥିଲା। ଏହାପରେ ସେ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ତାଙ୍କ ଘର ବେହେରାଗୁଡ଼ାରେ ହିଁ ରହିଥିଲେ।

ଏହାପରେ ସେ ଏପ୍ରିଲ୍ ୫ ତାରିଖରେ ସୋସିଆରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଆସିଥିଲେ। ସେଠାରେ ତାଙ୍କର ନମୁନା ପରୀକ୍ଷଣ କରାଯାଇଥିଲା। ଯେଉଁଥିରୁ ସେ କରୋନା ପଜିଟିଭ୍ ଥିବା ଏପ୍ରିଲ୍ ୯ ତାରିଖରେ ଜଣାପଡିଛି। ଏହାପରେ ତାଙ୍କୁ ଶୁକ୍ରବାର କଟକର ଅଶ୍ୱିନୀ ହସ୍ପିଟାଲକୁ ଅଣାଯାଇଛି ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି।

Comment