ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଏକ ମଜାଦାର ଘଟଣା କ୍ରମରେ ନିଜ ରାଜ୍ୟ ଭିତରେ ହିଁ କର୍ଣ୍ଣାଟକ ଗୃହମନ୍ତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ଘଟଣା ଅନୁଯାୟୀ ତାମିଲନାଡୁ ପୋଲିସ ଜାଣିନପାରି କର୍ଣ୍ଣାଟକ ସୀମା ଭିତରକୁ ପଳାଇ ଆସିଥିବା ବେଳେ  କର୍ଣ୍ଣାଟକ ଗୃହ ମନ୍ତ୍ରୀ ବାସବରାଜ୍ ବୋମ୍ମ।ଇ ସେହି ରାସ୍ତା ଦେଇ ଯାଉଥିଲେ। ତାଙ୍କୁ ଦେଖି ତାମିଲନାଡୁ ପୋଲିସ ଅଟକାଇଥିଲା ଓ ଆଇକାର୍ଡ ମାଗିଥିଲା।

ଲକଡାଉନ କେମିତି ଚାଲିଛି ଓ ଯେଉଁମାନଙ୍କୁ ଗାଡି ପାସ ଦିଆଯାଇଛି ସେମାନେ ତାହାର ଅପ ବ୍ୟବହାର କରୁଛନ୍ତି କି ଏସବୁ ଦେଖିବା ପାଇଁ ମନ୍ତ୍ରୀ କର୍ଣ୍ଣାଟକ-ତାମିଲନାଡ଼ୁ ସୀମାନ୍ତ ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ଦୁଇ ରାଜ୍ୟର ମଝିରେ ଥିବା ଏକ ପୋଲିସ ଆଉଟପୋଷ୍ଟରେ ତାଙ୍କୁ ଅଟକା ଯାଇଥିଲା।

coronaଏହି ଘଟଣାରେ ବିବ୍ରତ ହୋଇ ମନ୍ତ୍ରୀ ବେଙ୍ଗାଳୁରୁ ରୁରାଲ ଏସ୍‌ପିଙ୍କୁ ଫୋନ କରିଥିଲେ ଓ ଏଭଳି ଅନୁପ୍ରବେଶ କିଭଳି ଘଟିଲା ବୋଲି ପ୍ରଶ୍ନ କରିଥିଲେ। ସେ ସଙ୍ଗେ ସଙ୍ଗେ ସେହି ସ୍ଥାନରେ କର୍ଣ୍ଣାଟକ ପୋଲିସକୁ ମୁତୟନ କରିବା ଓ ତାମିଲନାଡୁ ପୋଲିସକୁ ହଟାଇବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ନେଇ ମନ୍ତ୍ରୀ ଟୁଇଟ ମଧ୍ୟ କରିଥିଲେ।

ବେଙ୍ଗାଳୁରୁ ଗ୍ରାମାଞ୍ଚଳ ଏସ୍‌ପି ରବି ଚାନାନଭର ପରେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ତାମିଲନାଡୁ ପଟୁ କୌଣସି ଲ୍ୟାଣ୍ଡମାର୍କ ନଥିବା ଫଳରେ ସେହି ରାଜ୍ୟର ପୋଲିସ କର୍ଣ୍ଣାଟକ ଭିତରକୁ ପଶି ଆସିଥିଲେ ଓ ବ୍ୟାରିକେଡିଙ୍ଗ କରିଥିଲେ। ତାମିଲନାଡୁ ପୋଲିସ ବିଭାଗ ସହିତ କଥାବାର୍ତ୍ତା କରିବା ପରେ ଏହି ଦ୍ୱନ୍ଦ୍ୱ ଦୂର ହୋଇଥିଲା ଓ ତାମିଲନାଡୁ ପୋଲିସ ସେଠାରୁ ପଛକୁ ହଟିଥିଲେ।

Comment