ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନ୍ ସମୟରେ ଏଣିକି ଟୁଇନ୍ ସିଟିରେ ଚଳାଚଳ କରିପାରିବ ‘ଓଲା’ ଗାଡ଼ି। ଏଥିପାଇଁ କମିସନରେଟ୍ ପୋଲିସ୍ ରବିବାର ୧୦୦ଟି ଗାଡ଼ିକୁ ପାସ୍ ବଣ୍ଟନ କରିଛି।

ଉଭୟ କଟକ ଓ ଭୁବନେଶ୍ୱର ମଧ୍ୟରେ ଏହି ଗାଡ଼ିଗୁଡ଼ିକ ଚଳାଚଳ କରିପାରିବ। ତେବେ ଏଥିରେ କେବଳ ଅସୁସ୍ଥ ଲୋକମାନେ ହିଁ ଯିବା ଆସିବା କରିପାରିବେ। ଅସୁସ୍ଥ ଲୋକମାନେ ଯେଭଳି ସୁରକ୍ଷିତ ସହକାରେ ହସ୍ପିଟାଲରେ ପହଞ୍ଚିପାରିବେ ସେଥିପାଇଁ କମିସନରେଟ୍ ପୋଲିସ୍ ଏହି ପାସ୍ ବଣ୍ଟନ କରିଛନ୍ତି।coronaକରୋନା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ଫଳରେ ରାସ୍ତାରେ ଗାଡିମୋଟର ଯିବା ଆସିବା କରୁନାହିଁ। ଏଭଳି ପରିସ୍ଥିତିରେ ଲୋକମାନେ ମଧ୍ୟ ହସ୍ପିଟାଲ ଯିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ୍ ଏହି ପାସ୍ ବଣ୍ଟନ କରିଛି। ଏହାଫଳରେ ଅସୁସ୍ଥ ଲୋକମାନେ ସୁରକ୍ଷିତ ସହକାରେ ହସ୍ପିଟାଲ ଯିବା ଆସିବା କରିପାରିବେ ବୋଲି କୁହାଯାଇଛି।

Comment