ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଧ୍ର ପ୍ରଦେଶର ଏକ ଚିଙ୍ଗୁଡ଼ି ଫାର୍ମରେ ଓଡ଼ିଆ ଶ୍ରମିକଙ୍କୁ ଅଭିଯୋଗ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ଶ୍ରମିକମାନେ କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଫାମ୍ପୁଣୀ ଗ୍ରାମର ବୋଲି ଜଣା ପଡିଛି। କରୋନା ପାଇଁ ସେଠାରେ ଚିଙ୍ଗୁଡ଼ି ଫାର୍ମ ବନ୍ଦ ଥିଲେ ବି ଏମାନଙ୍କୁ ମାଡ ମାରି ଜୋର ଜବରଦସ୍ତ କାମରେ ଲଗା ଯାଉଥିବା ଅଭିଯୋଗ କରିଛନ୍ତି ଏହି ଶ୍ରମିକମାନେ। ଏପରିକି ଫାର୍ମ କର୍ମଚାରୀଙ୍କ ମାଡ଼ରେ କିଛି ଶ୍ରମିକ ଆହତ ହୋଇଥିବା ଭିଡିଓ ଖୋଦ ଭାଇରାଲ୍ କରିଛନ୍ତି ଏମାନେ।

ଏହି ସମସ୍ତ ଶ୍ରମିକ ଆନ୍ଧ୍ର ପ୍ରଦେଶ ପ୍ରକାଶମ ଜିଲ୍ଲାର କୋଥାପାଟନମ ମଣ୍ଡଳ ଅନ୍ତର୍ଗତ ପାଦର୍ଥି ଗ୍ରାମରେ ଥିବା କୈଳାସ ଚିଙ୍ଗୁଡ଼ି ଫାର୍ମରେ କାମ କରୁଛନ୍ତି। ଏହି ଫାର୍ମରେ କାମ କରିବାକୁ ୧୪ ଜଣ ଶ୍ରମିକ ଏଠାରୁ ୩ ମାସ ତଳେ ସେଠାକୁ ଯାଇଥିଲେ। ଏବେ ନିର୍ଯାତନାର ଶିକାର ହେବା ପରେ ଏମାନଙ୍କୁ ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି ଏମାନେ।

Comment