ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକଡାଉନ୍‌ରେ କେମିତି କଟୁଛି ଖୋର୍ଦ୍ଧାର ପୂର୍ବତନ ବିଧାୟକ, ସାହିତ୍ୟିକ ତଥା ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ର ପ୍ରତିଷ୍ଠାତା ଡକ୍ଟର  ଦିଲ୍ଲୀପ ଶ୍ରୀଚନ୍ଦନଙ୍କ  ସମୟ? ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ?

କରୋନାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲକଡାଉନ ଛଡ଼ା ଅନ୍ୟ କିଛି ଉପାୟ ନାହିଁ। କେବଳ ଘରେ ରହିବା ସର୍ବଶ୍ରେଷ୍ଠ ଉପାୟ। ସମସ୍ତଙ୍କ ପାଇଁ ସୁରକ୍ଷିତ ସ୍ଥାନ ହେଉଛି ଘର। ତେବେ ଏହି ଲକଡାଉନ ପିରିୟଡରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ଲୋକଙ୍କର କିଭଳି ଦିନ କଟୁଛି, ଘରେ ରହିବା ବେଳେ କ’ଣ କରୁଛନ୍ତି? ଜାଣିବା ପାଇଁ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ‘ଲକଡାଉନ୍‌ ଡାଏରୀ’ ଭଳି ଏକ ନିଆରା ଉଦ୍ୟମ ହୋଇଛି।

ଏହି ଧାରାରେ ଆମର ଯୋଗାଯୋଗ ହୋଇଥିଲା ଖୋର୍ଦ୍ଧାର ପୂର୍ବତନ ବିଧାୟକ, ସାହିତ୍ୟିକ ତଥା ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ର ପ୍ରତିଷ୍ଠାତା ଡକ୍ଟର  ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ଓ ସେ ଆମକୁ କହିଥିଲେ ତାଙ୍କ ଲକଡାଉନ ରୋଟିନ୍‌।

‘‘ପ୍ରତିଦିନ ପରି ଏବେ ବି ସମୟ କଟୁଥିଲେ ମଧ୍ୟ ଦୂରଦର୍ଶନ ଓ ସୋସିଆଲ ମିଡିଆ ମାଧ୍ୟମରେ କରୋନାର ସ୍ଥିତି କ’ଣ ଏଥିପାଇଁ ପଦକ୍ଷେପ କ’ଣ ନିଆଯାଉଛି ଏବଂ ମୃତାହତଙ୍କ ସଂପର୍କରେ ଜାଣିବାକୁ ଏବେ ବ୍ୟଗ୍ରତା ରହୁଛି’’, କହିଛନ୍ତି ଦିଲ୍ଲୀପ ଶ୍ରୀଚନ୍ଦନ।

ସେ ଆହୁରି ମଧ୍ୟ କହିଛନ୍ତି,‘‘ ଲକଡାଉନ ପାଇଁ ମୁଁ ସାହିତ୍ୟ ସାଧନାକୁ ସମୟ ଦେଇପାରୁଛି। କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଆଦି ଲେଖି ପାରୁଛି। କିନ୍ତୁ ବିଗତ ଦିନ ମାନଙ୍କରେ ରାଜନୀତି, ସମାଜସେବା, ବିଶ୍ୱ ବନୀକରଣ କାର୍ଯ୍ୟ ପାଇଁ ଏହି ସବୁ କରିବାକୁ ସମୟ ମିଳୁନଥିଲା।’’

କରୋନା ଏକ ପ୍ରକାର ବିଶ୍ୱକୁ ଦୋହଲାଇ ଦେଇଛି। ଏହାର ପରବର୍ତ୍ତୀ ସ୍ଥିତି ମଧ୍ୟ ଭୟଙ୍କର ହୋଇପାରେ। ତେଣୁ  କରୋନା ପରେ ପୃଥିବୀ ଯେପରି ଜୀବଜନ୍ତୁ, ଗଛଲତା ଶୂନ୍ୟ ହୋଇ ପ୍ରଳୟ ଆଡ଼କୁ ଗତି ନକରେ ଲକଡାଉନ ସମୟରେ ଏତିପାଇଁ ଆଗୁଆ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ସେ।

ଦିଲ୍ଲୀପଙ୍କ କହିବା କଥା, ‘‘ଚନ୍ଦ୍ରପୃଷ୍ଠରୁ, ମଙ୍ଗଳ ଗ୍ରହରୁ ଫେରିବା ପରେ ବାହାସ୍ପୋଟ ମଣିଷ ନିଜକୁ ବିଶ୍ୱ ବ୍ରହ୍ମାଣ୍ଡ ବିଜୟୀ ବୋଲି ଭାବେ। ସେ ଚାହିଁଲେ ଗୋଟିଏ ମୁହୁର୍ତ୍ତରେ ପରମାଣୁ ବୋମାରେ ପୃଥିବୀକୁ ଧ୍ୱଂସ କରିପାରେ। ନୂଆ ପୃଥିବୀ ଗଢ଼ି ଦେଇପାରେ। ପୃଥିବୀ ତା’ ଇଙ୍ଗିତରେ ଚାଲୁଛି ଆଉ ଚାଲିବ। ଏମିତି ସମୟ କେବେ ଆସିବ ନାହଁ   ଯାହା ମଣିଷର ଆୟତ୍ତ ବାହାରକୁ ଚାଲିଯିବ।  କିନ୍ତୁ କରୋନା ଏହି ଶିକ୍ଷା ଦେଲା ଯେ ବାହାସ୍ପୋଟ ମାରିବାରେ କିଛି ନାହିଁ।ତେଣୁ କରୋନାରୁ ବିଶ୍ୱର ବଡ଼ ବଡ଼ ଡାକ୍ତର, ବୁଦ୍ଧିଜୀବୀ, ଗବେଷକ, ବୈଜ୍ଞାନିକ ଙ୍କୁ ବହୁତ କିଛି ଶିଖିବାର ଅଛି।’’corona

ସେହିପରି ଦିଲ୍ଲୀପ ଓଡ଼ିଶାଲାଇଭ୍‌ ପାଠକମାନଙ୍କୁ ଅନୁରୋଧ  କରିଛନ୍ତି ଯେ  ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ଜନଜୀବନକୁ ଅତିଷ୍ଠ କରିବା ପୂର୍ବରୁ ପୃଥିବୀକୁ ସବୁଜ କରିବା ଓ ଆମ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଏକ ସବୁଜ ସୁନ୍ଦର ପ୍ରଦୂଷଣ ମୁକ୍ତ ପୃଥିବୀ ଛାଡ଼ି ଦେଇଯିବା। କାରଣ ଏବେ କରୋନାରେ ମଣିଷ ସଂକ୍ରମିତ, ଆମେରିକାରେ ୟୁରୋପରେ ବାଘ ସଂକ୍ରମିତ, ଜଙ୍ଗଲ ଅବକ୍ଷୟ ମୁଖୀ। ଏପରି ସ୍ଥଳେ ସୁନାମୀ, ହୁଡ ହୁଡ, ଫାଲିଲିନ, ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଛି।

Comment