ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାଘରରେ ଅନଲାଇନ ସାମିଲ ହେଲେ ଅତିଥି। ବର କନ୍ୟାଙ୍କୁ ଦେଲେ ଆଶୀର୍ବାଦ। ଆମେରିକାରେ ଅନୁଷ୍ଠିତ ହୋଇଛି ଏହି ବାହାଘର।

କରୋନା ଭାଇରସ୍‌ ସାରାବିଶ୍ୱରେ ବ୍ୟାପିଛି। ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶର ସରକାର ଳକ୍‌ଡାଉନ ନିର୍ଦ୍ଦେଶ ଦେଇଛନ୍ତି।  ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ କହିଛନ୍ତି, ଯାହାଦ୍ୱାରା ଭାଇରସ ବିସ୍ତାର ହୋଇପାରିବ ନାହିଁ।

ଏହି ଜଟିଳ ପରିସ୍ଥିତିରେ ଅନେକ ଲୋକ ସେମାନଙ୍କର ବିବାହକୁ ସ୍ଥଗିତ ରଖିଛନ୍ତି ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ସାମାଜିକ ଦୂରତାକୁ ଅନୁସରଣ କରି ସେହି ଦିନ ବିବାହ କରିଥିଲେ, ଯାହା ପୂର୍ବରୁ ସ୍ଥିର ହୋଇଥିଲା। ଆମେରିକାର ଟେକ୍ସାସରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିବାହରେ ପ୍ରାୟ ୨୦୦ରୁ ଅଧିକ ଅତିଥି ଅନଲାଇନ ଉପସ୍ଥିତ ହୋଇ ବର କନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ।

ରିପୋର୍ଟ ଅନୁସାରେ ଇଥାନ ପୋଲାକ ଏବଂ କ୍ୟାଟଲିନ୍ ଦିଲୱର୍ଥଙ୍କ ବିବାହରେ ଜୁମ୍ ଆପ୍ ସାହାଯ୍ୟରେ ଭିଡିଓ କନଫରେନ୍ସିଂରେ ସମସ୍ତ ଅତିଥି ଯୋଗ ଦେଇଥିଲେ। ଏହି ବିବାହ ମାର୍ଚ୍ଚ ୨୮ରେ ହୋଇଥିଲା।

ଆମେରିକାରେ ତାଣ୍ଡବ ମଚାଇଛି କରୋନା। ସେଠାରେ ଯେତେବେଳେ ଲକଡାଉନ୍ ଲାଗୁ ହେଲା ସେତେବେଳେ ବିବାହ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ ଇଥାନଓ କ୍ୟାଟଲିନ୍‌।  କିନ୍ତୁ ବିବାହ ତାରିଖ ପାଖେଇ ଆସୁଥିଲା ବେଳେ ସେମାନେ ପୁଣି ସ୍ଥିର କରିଥିଲେ ଯେ ସେ ସେହି ତାରିଖର ବିବାହ କରିବେ।

Comment