ଓଡ଼ିଶାଲାଇଭ ବ୍ୟୁରୋ

କରୋନା ଭାଇରସ ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି। ଫଳରେ ଲୋକେ ଏବେ ଘରୁ ବାହାରିବା ମୁସ୍କିଲ। ଇଚ୍ଛା ଥାଉ ବା ନଥାଉ ସମସ୍ତଙ୍କୁ ଘରେ ରହିବାକୁ ପଡୁଛି। କେହି କେହି ଖୁସି ମନରେ ଘର ଓ ପରିବାର ସହିତ ସମୟ ବିତାଉଥିଲା ବେଳେ କେହି କେହି ନିଶ୍ଚୟ ଏଥିରେ ନିଃସଙ୍ଗ ଅନୁଭବ କରୁଥିବେ। ବିରକ୍ତି ଭାବ ପ୍ରବେଶ କରୁଥିବେ। ଯଦି ଆପଣ ଏମିତି ଅନୁଭବ କରୁଛନ୍ତି ତେବେ ଜାଣି ରଖନ୍ତୁ କିଛି କଥା ଯାହାଦ୍ୱାରା ଆପଣ ଘରେ ବିଭିନ୍ନ କାମ କରି ସମୟ ଅତିବାହିତ କରିପାରିବେ।

– ଘରର ବିଭନ୍ନ କାମରେ ନିଜକୁ ନିୟୋଜିତ କରିପାରିବେ।

– ନୂଆ କାମ କରିବା ପାଇଁ ଚେଷ୍ଟା କରିପାରିବେ।

– ଝିଅମାନେ ମା’ଙ୍କଠାରୁ ଏହି ସମୟରେ ରୋଷେଇ ଶିଖିପାରିବେ। ନୂଆ ନୂଆ ରୋଷଇ କରି ପରିବାର ଲୋକଙ୍କୁ ଖାଇବାକୁ ଦେଇପାରିବେ।

– ଅନେକ ସମୟରେ ପିଲାମାନେ ପାଠ ପଢ଼ା ଯୋଗୁଁ ବା ଚାକିରି ଯୋଗୁଁ ବାପା, ମା’ଙ୍କୁ ସମୟ ଦେଇପାରନ୍ତି ନାହିଁ। ଏବେ ହିଁ ଠିକ ସମୟ ବାପା, ମା’ଙ୍କୁ ସମୟ ଦିଅନ୍ତୁ। ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା କରନ୍ତୁ।

– ବହି ପଢ଼ା, ଟିଭି ଦେଖା, ବଗିଚା କାମ, ଗୀତ ଶୁଣିବା ଆଦି କାମ କରିପାରିବେ।

– ନିଜକୁ ବ୍ୟସ୍ତ ରଖିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରନ୍ତୁ।

– ଦୂରରେ ଥିବା ପ୍ରିୟଜନ, ସାଙ୍ଗସାଥୀ, ସହଯୋଗୀଙ୍କ ସହିତ ଫୋନ ଜରିଆରେ ଯୋଗାଯୋଗ କରନ୍ତୁ।

– ପୁରୁଣା ସ୍ମୃତିକୁ ମନେ ପକାଇ ଖୁସି ହୁଅନ୍ତୁ।

Comment