ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ବାଲେଶ୍ୱର ଜିଲ୍ଲାର। ତାଙ୍କର ବୟସ ୫୮ ବର୍ଷ ବୋଲି ସୂଚନା ମିଳିଛି। ପ୍ରଥମ ଥର ପାଇଁ ବାଲେଶ୍ୱର ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ୮୬୧୯ ନମୁନା ପରୀକ୍ଷଣ ହୋଇସାରିଛି। ସେମାନଙ୍କ ମଧ୍ୟରୁ ମୋଟ ୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ଶନିବାର ରାଜ୍ୟ ସରକାର ସୂଚନା ଦେଇଛନ୍ତି।corona

ଶୁକ୍ରବାର ସୁଦ୍ଧା ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୬୦ରେ ସ୍ଥିର ଥିଲା। ହେଲେ ଶନିବାର ମିଳିଥିବା ରିପୋର୍ଟରେ ୬୧ ଜଣ ଆକ୍ରାନ୍ତ ଥିବା ଦେଖିବାକୁ ମିଳିଛି। ଫଳରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ପକ୍କା ହୋଇଛି। ତେବେ ସେ କେଉଁ ସ୍ଥାନକୁ ଯାଇଥିଲେ। ତାଙ୍କର ଟ୍ରାଭେଲ ହିଷ୍ଟ୍ରି କଣ ସେନେଇ କୌଣସି ସୂଚନା ମିଳିପାରିନାହିଁ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରର ଆଉ ତିନିଜଣ ବ୍ୟକ୍ତି କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଫଳରେ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ଏବେ ସୁଦ୍ଧା ରାଜ୍ୟରେ ଜଣେ ହିଁ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। ଫଳରେ ଏବେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ହ୍ରାସ ପାଇଛି।

Comment