ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଟୁଇଟ୍ ପରେ ମହାରାଷ୍ଟ୍ରରେ ଫସିଥିବା ଓଡ଼ିଆ ପରିବାରଙ୍କୁ ମିଳିଲା ସହାୟତା। ମହାରାଷ୍ଟ୍ରର ଥାନେରେ ଫସିରହିଥିବା ଏହି ପରିବାରକୁ ମହାରାଷ୍ଟ୍ର ସରକାର ଏବେ ଲକଡାଉନ୍ ସହାୟତା ପ୍ରଦାନ କରିଛନ୍ତି।

ମହାରାଷ୍ଟ୍ରର ଥାନେରେ ଏକ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି ସନ୍ତୋଷ ଦଳାଇ। ତେବେ ଲକଡାଉନ୍ କାରଣରୁ ସେ ମହାରାଷ୍ଟ୍ରରେ ଫସି ରହିଥିଲେ। ସେ ଓ ତାଙ୍କର ପରିବାର ଦୀର୍ଘଦିନ ଧରି ସେଠାରେ ଖାଇବାକୁ ନପାଇ ଅନେକ ସମସ୍ୟା ଭୋଗୁଥିଲେ। ଏହାକୁ ନେଇ ତାଙ୍କର ବଡ଼ ଭାଇ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଜଣାଇଥିଲେ।

ଏହାପରେ କୋରାପୁଟ ସାଂସଦ ଏନେଇ ଥାନେର ସାଂସଦ ସୁପ୍ରିୟା ସୁଲେଙ୍କୁ ଟୁଇଟ୍ କରି ଜଣାଇଥିଲେ। ସାଂସଦଙ୍କ ଏହି ଟୁଇଟ ପରେ ଏବେ ମହାରାଷ୍ଟ୍ରରେ ସେହି ଓଡ଼ିଆ ପରିବାରକୁ ସରକାର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ସାଂସଦଙ୍କ ଏଭଳି ପଦକ୍ଷେପ ପରେ ତାଙ୍କୁ ଅଞ୍ଚଳରେ ପ୍ରଶଂସା କରାଯାଉଛି।

Comment