ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): ନୟାଗଡ଼ ଜିଲ୍ଲା ଚାନ୍ଦପୁରଠାରେ ଲୋକାର୍ପିତ ହେଲା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ। ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଜିଲ୍ଲାର କରୋନା ରୋଗୀମାନେ ଚିକିତ୍ସିତ ହୋଇପାରିବେ।

ଜିଲ୍ଲାର ଏହି କୋଭିଡ୍ ହସ୍ପିଟାଲକୁ  ଜିଲ୍ଲାପାଳ ପୋମା ଟୁଡୁ ଶନିବାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ହସ୍ପିଟାଲରେ ଚିକିତ୍ସା ପାଇଁ ୧୩ ଜଣ ଡାକ୍ତର ସହ ନର୍ସ ଓ ଟେକ୍ନିକାଲ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।  ଏଠାରେ ଜିଲ୍ଲାର ସନ୍ଦିଗ୍ଧ କରୋନା ରୋଗୀ କିମ୍ବା କୌଣସି କରୋନା ପଜିଟିଭ୍ ରୋଗୀମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ବେଡର ବ୍ୟବସ୍ଥା କରାଯାଇଛି।corona

ଏହି ହସ୍ପିଟାଲର ଲୋକାର୍ପିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପୋମା ଟୁଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ଵତ ମହାପାତ୍ର, ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଚାନ୍ଦପୁର କୋବିଦ ହସ୍ପିଟାଲର ମୁଖ୍ୟ ଚିକତ୍ସାଧିକାରୀ ବି. ସୁରିୟା ରାଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେl

Comment