ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଲକ୍‌ଡାଉନ୍‌ରେ ଆସିଲା କରୁଣ ଚିତ୍ର। ରାଜ୍ୟ ବାହାରେ କାମ କରୁଥିବା ପୁଅ କରିପାରିଲାନି ବାପାଙ୍କ ଶେଷ ଦର୍ଶନ। ଶେଷରେ ଭିଡିଓ କଲ୍‌ରେ ଦେଖିଲେ ବାପାଙ୍କ ଅନ୍ତିମ ସଂସ୍କାରର ପୂରା କାମକୁ। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ।

ରଣପୁର ମୟୂରଝଲିଆ ଗାଁର ଭଗବାନ ନାୟକ ମଧୁମେହ ରୋଗ ଓ ଶ୍ଵାସରୋଗରେ ପୀଡ଼ିତ ଥିଲେ। ଶନିବାର ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଆପୋଲୋ ନିଆଯାଇଥିଲା। ସେଠାରୁ ଡାକ୍ତର ତାଙ୍କୁ ଫେରାଇ ଦେବାରୁ ତାଙ୍କୁ କିମ୍ସ ଓ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଅ, ଝିଅ ରାଜ୍ୟ ବାହାରେ ଥିବାରୁ ବାପାଙ୍କ ଶେଷ ଦର୍ଶନରେ ସାମିଲ ହୋଇପାରିନାହନ୍ତି। କରୋନାର କଟକଣା ସ୍ଥିତି କେତେ ଭୟଙ୍କର ହୋଇପାରେ ତାହା ଏହି ପରିବାର ଅନୁଭବ କରିଛି। କେବଳ ଏହି ପରିବାର ନୁହେଁ ଅନେକ ପରିବାର ମଧ୍ୟ ଏଭଳି ଦୁଃଖକୁ ଏଭଳି ସମୟରେ ଅନୁଭବ କରିଛନ୍ତି।

Comment