ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାପା ଆନନ୍ଦ ସିଂ ବିଷ୍ଟଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ତାଙ୍କୁ ଗତ ମାସରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁ ନେଇ ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି।

ଉତ୍ତରାଖଣ୍ଡ ପୌରୁ ଜିଲ୍ଲାର ପଞ୍ଚୁର ବାସିନ୍ଦା ଥିଲା ଆନନ୍ଦ ସିଂ ବିଷ୍ଟ। ଗତ ମାସରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ଜଲି ଗ୍ରାଣ୍ଟରର ହିମାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ସୁଧାର ନଆସିବାରୁ ଏୟାର ଆମ୍ଵୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯାଇଥିଲା।

ସେଠାରେ ତାଙ୍କୁ ଚିକିତ୍ସା କରାଯାଇଥିଲା। ରବିବାର ତାଙ୍କ ଦେହ ହଠାତ ଅସୁସ୍ଥ ହୋଇପଡ଼ିଥିଲା। ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଯୋଗୀ ଆଦିତ୍ୟନାଥଙ୍କ ବାପା ଉତ୍ତରପ୍ରଦେଶର ଜଣେ ଜଙ୍ଗଲ ରେଞ୍ଜର ଥିଲେ। ସେ ୧୯୯୧ରେ ଅବସର ନେଇଥିଲେ। ଅବସର ପରେ ସେ ନିଜ ଗାଁରେ ରହୁଥିଲେ।

Comment