ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୋଇବାକୁ କିଏ ବା ନ ଭଲପାଏ। ଏକ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ଜରୁରୀ ହୋଇଥାଏ। କମ୍‌ ନିଦ୍ରା ସ୍ୱାସ୍ଥ୍ୟ ପାଇଁ ଯେତିକି ଖରାପ, ଅଧିକ ଶୋଇବା ବି ସ୍ୱାସ୍ଥ୍ୟ ପାଇଁ ସେତିକି ଖରାପ। ଯଦି ଆପଣ ୮,୯ ଘଣ୍ଟାରୁ ବି ବେଶି ସମୟ ଶୋଉଛନ୍ତି, ତେବେ ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।

ଅତ୍ୟଧିକ ଶୋଇବା ଯୋଗୁଁ ମଧୁମେହ, ହୃଦରୋଗ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ। ଏହାସହ ଉଦାସୀନତା ଓ ଅଳ୍ପ ସାମାଜିକ ମିଳାମିଶା ବି ଅତ୍ୟଧିକ ଶୋଇବା ସହ ଜଡ଼ିତ ଥାଏ।

ଆପଣ ଜାଣିଛନ୍ତି, ଦିନକୁ କେତେ ସମୟ ଶୋଇବା ଉଚିତ?

ନାସନାଲ ସ୍ଲିପ୍‌ ଫାଉଣ୍ଡେସନ୍‌ ଅନୁଯାୟୀ, ନବଜାତ ଶିଶୁ ୧୪ରୁ ୧୭ ଘଣ୍ଟା ଶୋଇବା କଥା। ୪ରୁ ୧୧ ମାସର ଶିଶୁ ଦିନକୁ ୧୨ରୁ ୧୫ ଘଣ୍ଟା, ୧ରୁ ୨ ବର୍ଷ ପିଲାମାନେ ୧୧ରୁ ୧୪ ଘଣ୍ଟା, ୩ରୁ ୫ ବର୍ଷର ପିଲାମାନେ ୧୦ରୁ ୧୩ ଘଣ୍ଟା, ୬ରୁ ୧୩ ବର୍ଷର ପିଲାମାନେ ୯ରୁ ୧୧ ଘଣ୍ଟା, ୧୪ରୁ ୧୭ ବର୍ଷର କିଶୋର ୮ରୁ ୧୦ ଘଣ୍ଟା, ୧୮ରୁ ୨୫ ବର୍ଷର ଲୋକମାନେ ୭ରୁ ୯ ଘଣ୍ଟା, ୨୬ରୁ ୬୪ ବର୍ଷର ଲୋକମାନେ ୭ରୁ ୯ ଘଣ୍ଟା ଓ ୬୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ୭ରୁ ୮ ଘଣ୍ଟା ଶୋଇବା ଉଚିତ।

ଅତ୍ୟଧିକ ଶୋଇବାକୁ ‘ହାଇପରସୋମନିଆ’ ବୋଲି କୁହାଯାଏ। ଯେଉଁମାନେ ଅତ୍ୟଧିକ ଶୁଅନ୍ତୁ, ସେମାନେ ଦିନ ସମୟରେ ଥକ୍କା ଅନୁଭବ କରିଥା’ନ୍ତି। ‘ହାଇପରସୋମନିଆ’ ସାଧାରଣତଃ ଛୋଟବେଳୁ ହୋଇଥାଏ।

ଅତ୍ୟଧିକ ନିଦ ଲାଗିବା ବା ଶୋଇବାର କାରଣ?

ଥାଇରଏଡ୍‌ ସମସ୍ୟା

ହୃଦରୋଗ

ନିଦ୍ରା ଆପନିଆ

ଉଦାସୀନତା, ବିସାଦ

ନାକ୍ରୋଲେପ୍ସି

ମେଡିସିନ୍‌ର ପ୍ରଭାବ

ଅଧିକ ଶୋଇବା ଦ୍ୱାରା ହେଉଥିବା ସମସ୍ୟା

ଅବସାଦ: କୁହାଯାଏ ଯେ, ଚିନ୍ତା, ଦୁଃଖ ବା ଚାପରେ ଥିଲେ ନିଦ ହୁଏ ନାହିଁ। କିନ୍ତୁ କିଛି କ୍ଷେତ୍ରରେ ଅଧିକ ଶୋଇବା ଦ୍ୱାରା ଅବସାଦ ହୋଇଥାଏ। ଏହାଛଡ଼ା ଚିନ୍ତା, ଥକ୍କା, ସ୍ମୃତି ସମସ୍ୟା, ମୁଣ୍ଡ ବିନ୍ଧା, ମେଦବହୁଳତା, ମଧୁମେହ, ପିଠି ଯନ୍ତ୍ରଣା, ଅବସାଦ, ହୃଦରୋଗ ହେବାର ଆଶଙ୍କା ହୋଇଥାଏ।

ଯଦି ଆପଣଙ୍କୁ ହାଇପରସୋମନିଆ ଭଳି ଲକ୍ଷଣ ଛଅ ମାସରୁ ଅଧିକ ରହେ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

LEAVE A REPLY

Please enter your comment!
Please enter your name here