ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ। ଏହି ୨ ଜଣ ଯାକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଭୁବନେଶ୍ୱରର ମୋଟ ୪୬ ଆକ୍ରାନ୍ତଙ୍କ ଭିତରୁ ପୂର୍ବରୁ ୧୮ ଜଣ ସୁସ୍ଥ ହୋଇଥିଲେ। ଆଜି ଦୁଇ ଜଣଙ୍କୁ ମିଶାଇ ସୁସ୍ଥ ସଂଖ୍ୟା ୨୦ରେ ପହଞ୍ଚିଛି। ବର୍ତ୍ତମାନ ଭୁବନେଶ୍ୱରରେ ଆଉ ୨୬ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି।

ଆଜି ସକାଳେ ଭଦ୍ରକ ବାସୁଦେବପୁର ଅଞ୍ଚଳରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟବାସୀଙ୍କ ମନରେ ଭୟ ବଢ଼ିଥିଲା। ହେଲେ ଏହାରି ଭିତରେ କିଛି ଭଲ ଖବର ଆସୁଛି। ଗତକାଲି ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ୨ ଜଣ ସୁସ୍ଥ ହେବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛି।

Comment