ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାମାନନ୍ଦ ସାଗର ସେତେବେଳେ ରାମାୟଣ ନିର୍ମାଣ କରିଥିଲେ ଯେତେବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ଏତେ କିଛି ସୁବଧା ନଥିଲା।

ରାମାନନ୍ଦ ସାଗର ୮୦ ଦଶକର ସବୁଠୁ ଲୋକପ୍ରିୟ ସୋ’ ରାମାୟଣର ନିର୍ଦ୍ଦେଶନା ଦେଇ ଆଜି ସେ ସମସ୍ତଙ୍କ ନିକଟରେ ପରିଚିତ। କିନ୍ତୁ ଏ କଥା ଖୁବ୍‌ କମ ଲୋକ ଜାଣିଥିବେ ଯେ ରାମାନନ୍ଦ ସାଗର ରାମାୟଣର ନିର୍ଦ୍ଦେଶନା ଦେବା ସହିତ ସେଥିରେ ଅଭିନୟ ମଧ୍ୟ କରିଥିଲେ।

ଯେତେବେଳେ ୧୪ ବର୍ଷ ବନବାସ ସାରି ରାମ ସୀତା ଅଯୋଧ୍ୟା ଫେରିଥିଲେ ସେତେବେଳେ ଏହି ସିନ୍‌ ଦେଖାଯାଇଥିଲା। ଏହି ସିନ୍‌ରେ ରାମାନନ୍ଦ ସରଗର ଦେବତା ଚରିତ୍ରରେ ନଜର ଆସିଥିଲେ।

୮୭ ବର୍ଷ ବୟସରେ ୨୦୦୫ରେ ରାମାନନ୍ଦ ସାଗରଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସେ ‘ରାମାୟଣ’ କୁ ଛୋଟ ପରଦାରେ ନିର୍ମାଣ କରି ଲୋକଙ୍କୁ ସୁନ୍ଦର ଉପହାର ଦେଇଥିଲେ। ‘ରାମାୟଣ’ ଯୋଗୁଁ ଅନେକ କଳାକାର ଭିନ୍ନ ପରିଚୟ ପାଇଥିଲେ। ‘ରାମାୟଣ’ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା।

Comment