ଓଡ଼ିଶାଲାଇଭ୍ବ୍ୟୁରୋ

କରୋନା ଭାଇରସ୍‌ର ଲକ୍ଷଣ ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଡାକ୍ତର ନିରୋଜ କୁମାର ମିଶ୍ର।

ଚୀନରୁ ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ (କୋଭିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ପ୍ରତିଷେଧକ ବାହାରି ନଥିବାରୁ ଏହା ଏକ ଚିନ୍ତାର ବିଷୟ ପାଲଟିଛି। କିନ୍ତୁ ହଁ ସଚେତନ ହେବା ଦ୍ୱାରା ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇ ହେବ। ତେବେ କରୋନାର ଲକ୍ଷଣ ଦେଖାଗଲେ ତୁରନ୍ତ ୧୦୪କୁ ଫୋନ୍‌ କରି ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରନ୍ତୁ। ତେବେ କରୋନା ଭାଇରସ୍‌ର ଲକ୍ଷଣ ବିଷୟରେ ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଡାକ୍ତର ନିରୋଜ କୁମାର ମିଶ୍ର।

କରୋନା ଭାଇରସର ଲକ୍ଷଣ ପାଖାପାଖି ୨ରୁ ୧୪ ଦିନ ଭିତରେ ଜଣାପଡ଼େ।

stop corona 11

ଲକ୍ଷଣ

  • ଜ୍ୱର
  • କାଶ
  • କଫ
  • ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା
  • ତଣ୍ଟି କାଟିବା ବା ଖରାପ
  • ବାନ୍ତି
  • ପାଟି ସ୍ୱାଦ ହରାଇବା
  • ମୁଣ୍ଡ ବିନ୍ଧା

କିଛି ଲୋକଙ୍କର ଏହିସବୁ ଲକ୍ଷଣ ମଧ୍ୟରୁ କେତେକ ଲକ୍ଷଣ ଜଣାପଡ଼ିଥାଏ ଏବଂ କେତେକ ଲୋକଙ୍କର ଆଦୌ କୌଣସି ଲକ୍ଷଣ ଜଣାପଡ଼ି ନଥାଏ।      ବେଳେ ବେଳେ କରୋନା ଭୂତାଣୁର ଲକ୍ଷଣ ସାମାନ୍ୟ ଥଣ୍ଡା ଭଳି ଥାଏ ଯେପରିକି ନାକ ଚୁଁଟି ହେବା, ଥଣ୍ଟି ଦରଜ ହେବା ଓ ଦେହ ହାତରେ ସାମାନ୍ୟ ଯନ୍ତ୍ରଣା ହେବା।

କରୋନା ଭୂତାଣୁରେ ସଂକ୍ରମିତ ମାତ୍ର ୪ ପ୍ରତିଶତ ବ୍ୟକ୍ତିଙ୍କଠାରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଯେପର୍ଯ୍ୟନ୍ତ ସ୍ୱତନ୍ତ୍ର ପରୀକ୍ଷା କରାଯାଇ ନାହିଁ, ସେ ପର୍ଯ୍ୟନ୍ତ କହିହେବନି କି ରୋଗୀ କରୋନା ଭାଇରସ(କୋଭିଡ୍-୧୯)ରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ।

corona

ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକ ବା ବୃଦ୍ଧଙ୍କୁ କରୋନା ସଂକ୍ରମଣର ଆଶଙ୍କା ଅଧିକ। ଏହାଛଡ଼ା ଉଚ୍ଚ ରକ୍ତଚାପ, ଡାଇବେଟିସ୍‌, ଦୃଦରୋଗୀ, ଫୁସ୍‌ଫୁସ୍‌ ରୋଗୀ, ଶ୍ୱାସ, କିଡ୍‌ନି ରୋଗୀଙ୍କୁ କରୋନା ଭୂତାଣୁ ସଂକ୍ରମିତ ହେଲେ ଗମ୍ଭୀର ସମସ୍ୟା ହୋଇପାରେ।

କରୋନା ଲକ୍ଷଣ ଆରମ୍ଭ ହେବାର ପ୍ରାୟ କିଛି ସପ୍ତାହ ପରେ କିଛି ଲୋକଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ। ଯେପରିକି ନିଶ୍ୱାସରେ ବାଧା, ନିମୋନିଆ ଆଦି।

corona test

କେମିତି ହୁଏ ପରୀକ୍ଷା

ରୋଗୀର ନାକ ଏବଂ ତଣ୍ଟିରୁ ସ୍ୱାବ୍ ନେଇ କରୋନା ଭୂତାଣୁର ପରୀକ୍ଷା କରାଯାଇଥାଏ। ସାଧାରଣ ଥଣ୍ଡା, ଜ୍ୱର ହେଲେ ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ନିମୋନିଆ ହୁଏ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ ତା’ହେଲେ ପରୀକ୍ଷା କରିବା ଦରକାର। କାହାଠାରେ କରୋନା ଭଳି ଲକ୍ଷଣ ଦେଖାଗଲେ କୌଣସି ଡାକ୍ତରଖାନାକୁ ସିଧାସଳଖ ନଯାଇ ପ୍ରଥମେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍‌ କରନ୍ତୁ ଏବଂ ପରାମର୍ଶ ନିଅନ୍ତୁ।

ସରକାର ମାଗଣାରେ କରୋନା ପରୀକ୍ଷା ଏବଂ ଚିକିତ୍ସା କରୁଛନ୍ତି।

ଡାକ୍ତର ନିରୋଜ କୁମାର ମିଶ୍ର କହିଛନ୍ତି, ‘‘ଭୟ କରିବାର କିଛି ନାହିଁ, କରୋନା ଭୂତାଣୁରେ ସୁସ୍ଥ ହେବାର ସମ୍ଭାବନା ଅଧିକ।’’

Comment