ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ହୋମ୍‌ କ୍ଵାରେଣ୍ଟାଇନରେ ରହିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ? କ୍ଵାରେଣ୍ଟାଇନ୍‌ରେ ରହିବା ବେଳେ କେଉଁ ନିୟମ ପାଳନ କରିବା ଉଚିତ୍? ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

  • ୧- ସାମାନ୍ୟ ଲକ୍ଷଣ ଥିଲେ ଡାକ୍ତରଙ୍କ ପରାମର୍ଶ କରି କ୍ଵାରେଣ୍ଟାଇନ୍‌ରେ ରହିପାରିବେ।
  • ୨- କ୍ଵାରେଣ୍ଟାଇନ୍‌ ପାଇଁ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ।
  • ୩- ଅସୁସ୍ଥଙ୍କ ଯତ୍ନ ନେଉଥିବା ବ୍ୟକ୍ତି ୨୪ ଘଣ୍ଟା ଉପଲବ୍ଧ ରହିବା ଆବଶ୍ୟକ।
  • ୪- କ୍ଵାରେଣ୍ଟାଇନ୍‌ ସମୟରେ ହସ୍ପିଟାଲ ସହ ତାଙ୍କର ଯୋଗାଯୋଗ ରହିବା ଆବଶ୍ୟକ।
  • ୫- ଯତ୍ନ ନେଉଥିବା ବ୍ୟକ୍ତି, ସମ୍ପର୍କୀୟ ହାଇଡ୍ରୋକ୍ସି କ୍ଲୋରୋକ୍ଵିନ ସେବନ କରିପାରିବେ।
  • ୬- ପ୍ରୋଟକଲ ଅନୁସାରେ ଡାକ୍ରଙ୍କ ପରାମର୍ଶ ନେଇ ଏହାକୁ ସେବନ କରିପାରିବେ।
  • ୭- ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ଗାଇଡ୍‌ଲାଇନ୍‌ରେ ପରାମର୍ଶ।
  • ୮- ନିଜ ସ୍ଵସ୍ଥ୍ୟ ବାବଦରେ ଅପଡେଟ୍‌ ଜିଲ୍ଲା ସର୍ଭେଲାନ୍ସ ଅଫିସରଙ୍କୁ ଜଣାଇବାକୁ ପରାମର୍ଶ।
  • ୯- ହୋମ୍‌ କ୍ଵାରେଣ୍ଟାଇନ୍‌ରେ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟ ପରିବର୍ତ୍ତନ ହେଲେ ଡାକ୍ତରଙ୍କୁ ପରାମର୍ଶ କରିବ।

କେତେବେଳେ ଡାକ୍ତରଙ୍କୁ ଦେଖାଇବେ?

  • ଶ୍ଵାସ ନେବାରେ ଆସୁବିଧା।
  • ଛାତିରେ ଯନ୍ତ୍ରଣା ହେବ।
  • ମାନସିକ ଓ ଶାରୀରିକ ଦୁର୍ବଳତା।
  • ଓଠ ଓ ମୁହଁ ନୀଳ ରଙ୍ଗ ପଡ଼ିଯିବା।

Comment