ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଖିଲାଡି କୁମାର କରୋନା ବିରୋଧରେ ଦେଶକୁ ସମର୍ଥନ କରିବା ପାଇଁ ବିଭିନ୍ନ ଉପାୟରେ ସାହାଯ୍ୟ କରୁଛନ୍ତି। ପୁଣି ଥରେ ଏହି ଯୁଦ୍ଧ ବିରୋଧରେ ସହାୟତାର ହାତ ବଢ଼ାଇ ସେ ଚର୍ଚ୍ଚାକୁ ଆସିଛନ୍ତି।

ଅକ୍ଷୟ କୁମାର ଏଥର ମୁମ୍ବାଇ ପୋଲିସ ଫାଉଣ୍ଡେସନକୁ ଦୁଇ କୋଟି ଟଙ୍କା ଦାନ କରିଛନ୍ତି। ମୁମ୍ବାଇ ପୋଲିସ କମିସନର ପରମ୍ବିର ସିଂ ଟୁଇଟ କରି ଏଥିପାଇଁ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କରୋନା ବିରୋଧରେ ଅକ୍ଷୟଙ୍କର ଏହା ପ୍ରଥମ ସହାୟତା ନୁହେଁ। ଏହାପୂର୍ବରୁ ଅକ୍ଷୟ ବିଏମସିକୁ୩ କୋଟି ଦେଇଥିଲେ। ଏହି ଅର୍ଥ ପିପିଇ କିଟ୍‌, ମାସ୍କ ଆଦି ଉପକରଣ ପାଇଁ ଦେଇଥିଲେ। ସେହିପରି ଅକ୍ଷୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିଏମ କେୟାର ଫଣ୍ଡକୁ ୨୫ କୋଟି ଦାନ କରିଛନ୍ତି।

Comment