ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନର ଉହାନ ପ୍ରଦେଶରୁ ଆସିଥିବା କରୋନା ରୋଗ ଥମିବାର ନାଁ ଧରୁନାହିଁ। ସମଗ୍ର ବିଶ୍ୱରେ ତାଣ୍ଡବ ଚଳାଇଥିବା ଏହି ଭୂତାଣୁ ଏପର୍ଯ୍ୟନ୍ତ ୨ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି। ଏବେ ଏବେ ଖବର ଆସୁଛି ଯେ ଏହି ଭୂତାଣୁ ତାର ରୂପ ବଦଳାଇବାରେ ଲାଗିଛି ଓ ଇତି ମଧ୍ୟରେ ଏହା ୧୦ ପ୍ରକାର ରୂପ ନେଇ ସାରିଛି। ଏହି ୧୦ଟି ରୂପ ବା ଷ୍ଟ୍ରେନ ଭିତରୁ A2a ଅନ୍ୟତମ। ଏକ ନୂଆ ଗବେଷଣାରୁ ଏହା ଜଣାପଡିଛି। ଏହି ନୂଆ ଷ୍ଟ୍ରେନଟି ଅଧିକ ଭୟଙ୍କର ବୋଲି ଗବେଷକମାନେ କହିଛନ୍ତି।

ପଶ୍ଚିମବଙ୍ଗର କଲ୍ୟାଣିଠାରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋମେଡିକାଲ ଜେନମିକ୍ସ ପକ୍ଷରୁ କରାଯାଇଥିବା ଏକ ତାଜା ଅନୁସନ୍ଧାନରେ କୁହାଯାଇଛି ଯେ, ଏହି ନିର୍ଦ୍ଦିଷ୍ଟ ଭୂତାଣୁଟି ସମଗ୍ର ବିଶ୍ୱରେ ଖେଳେଇ ହୋଇ ଯାଇଛି। ନିଧାନ ବିଶ୍ୱାସ ଓ ପ୍ରଥା ମଜୁମଦାରଙ୍କ ଗବେଷଣା କହୁଛି ଯେ, ଏହି ୧୧ ନମ୍ବର ଭୂତାଣୁ ମଣିଷର ଫୁସଫୁସରେ ଜୋର ଜବରଦସ୍ତ ପଶିଥାଏ। ଏହି ଷ୍ଟ୍ରେନର ସଂକ୍ରମଣ ଶକ୍ତି ବି ଖୁବ ଅଧିକ ଓ ଶୀଘ୍ର ଏହା ବ୍ୟାପିଥାଏ।

ବିଶ୍ୱାସ ଓ ମଜୁମଦାରଙ୍କ କହିବା ଅନୁଯାୟୀ ୪ ମାସ ଆଗରୁ  କୋଭିଡ-୧୯ ‘ଠ’ ଅକାରର ଥିଲା। ଉହାନରୁ ଯେତେବେଳେ ଏହି ଭାଇରସ ଆସିଲା ତାହାର ମୂଳ ସ୍ୱରୂପ ବଦଳି ଏହିକ୍ଷଣି A2aରେ ରୂପାନ୍ତରିତ ହୋଇଛି। ଗବେଷକମାନେ କରୋନାର RNA ସିକ୍ୱେନ୍ସ ଡାଟାକୁ ବ୍ୟବହାର କରି ଏହି ନୂଆ ତଥ୍ୟ ବାହାର କରିଛନ୍ତି।

Comment