ଓଡ଼ିଶାଲାଇଭ୍ବ୍ୟୁରୋ

ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। କିନ୍ତୁ, କରୋନା ସଂକ୍ରମିତ ମା’ଠାରୁ ନବଜାତ ଶିଶୁକୁ କରୋନା ସଂକ୍ରମିତ ହୁଏ କି ନାହିଁ ସେଭଳି କୌଣସି ପ୍ରମାଣ ମିଳିନାହିଁ। ତେବେ, ଆସନ୍ତୁ ଜାଣିବା ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର ଏନେଇ କ’ଣ କହୁଛନ୍ତି?

ଡାକ୍ତର ସୁଜାତା କର କହିଛନ୍ତି, ‘‘କରୋନା ଭାଇରସ (କୋଭିଡ୍‌-୧୯) ହେଉଛି ଏକ ନୂଆ ଭାଇରସ୍‌। ଯେହେତୁ ନୂଆ ଭାଇରସ ଏହାର ପ୍ରକାର ଓ ଗୁଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୂର୍ବରୁ ଇବୋଲା ଭଳି ଭାଇରସ୍‌ ମା’କୁ ହେଲେ ଛୁଆ ବିକଳାଙ୍ଗ ହୋଇ ଜନ୍ମ ହେଉଥିଲା। ହେଲେ କରୋନା ଭାଇରସ୍‌ ଯଦି ମା’କୁ ହୁଏ, ତେବେ ଛୁଆ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ ତାହା ଏଯାଏଁ ଜଣାପଡ଼ି ନାହିଁ।’’

ବର୍ତ୍ତମାନ ଗର୍ଭଧାରଣ ପାଇଁ ଯୋଜନା ନ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ସୁଜାତା।

‘‘ଗର୍ଭବତୀ ଥିଲେ ଠିକ୍‌ ସମୟରେ ନିଜ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଗର୍ଭବତୀ ମହିଳାମାନେ ରୁଟିନ୍‌ ଚେକ୍‌ଅପ୍‌ କରନ୍ତୁ। ଠିକ୍‌ ସମୟରେ ଠିକ୍‌ ଔଷଧ ଓ ଟିକା ନେବା ଜରୁରୀ। ବର୍ତ୍ତମାନ ସମୟରେ ଗର୍ଭବତୀ ମହିଳାମାନେ ଅଧିକ ଯତ୍ନ ନେବା ଆବଶ୍ୟକ’’, କହିଛନ୍ତି ଡାକ୍ତର କର।

Comment