ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ତର୍ଜାତିକ ଶ୍ରମ ସଂଗଠନ ପକ୍ଷରୁ କୁହାଯାଇଛି ଯେ କରୋନା ଭାଇରସ ଯୋଗୁଁ ଆଗାମୀ ଦିନରେ କୋଟି କୋଟି ଲୋକ ବେରୋଜଗାର ହେବେ। ସଂଗଠନର କହିବା ଅନୁଯାୟୀ ଏପ୍ରିଲରୁ ଜୁନ ମାସ ମଧ୍ୟରେ ପ୍ରାୟ ୩୦ କୋଟି ଲୋକଙ୍କ ପୂର୍ଣ୍ଣ ସମୟ ଚାକିରି ଚାଲିଯିବାର ଆଶଙ୍କା ରହିଛି।

ଆଇଏଲଓ ପୂର୍ବରୁ ଅନୁମାନ କରିଥିଲା ଯେ ସପ୍ତାହକୁ ୪୮ ଘଣ୍ଟା କାମ କରୁଥିବା ପ୍ରାୟ ୨୦ କୋଟି ଲୋକ ଜୀବିକା ହରାଇବେ। ଏବେ କିନ୍ତୁ ଏହାକୁ ବଢ଼ାଇଦେଇଛି ସଂଗଠନ। ବିଶ୍ୱ ତମାମ ଲକଡାଉନ ବୃଦ୍ଧି ପାଉଥିବାରୁ ଜାତିସଂଘର ଏହି ସଂସ୍ଥା ତାର ଆକଳନକୁ ସଂଶୋଧନ କରିଛି।

ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ଯେ କରୋନା ଯୋଗୁଁ ବିଶ୍ୱରେ ଅଂସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୧୦୬ କୋଟି ଲୋକ ନିଜ ରୋଜଗାର ହରାଇବେ। ମହାମାରୀ ଯୋଗୁଁ ଆଗାମୀ ଦିନରେ ପେଟ ପୋଷିବା କଷ୍ଟକର ହେବ ବୋଲି ସଂଗଠନ ତାର ଏକ ରିପୋର୍ଟରେ ପ୍ରକାଶ କରିଛି।

Comment