ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ଜାନୁଆରି ମାସରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଏହି ମହାମାରୀରୁ ବଞ୍ଚିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ଆରୋଗ୍ୟ ସେତୁ ମୋବାଇଲ ଆପ୍‌ ଲଞ୍ଚ ହୋଇଥିଲା। ଏହି ଆପ୍‌ ଆଖପାଖରେ ଥିବା କରୋନା ପିଜିଟିଭଙ୍କ ବିଷୟରେ ସୂଚନା ଦେବ ବୋଲି କୁହାଯାଉଛି।

ଏହାସହ ଏହି ଆପ୍‌ କରୋନା ସଂକ୍ରମଣର ବିପଦ ବିଷୟରେ ଲୋକଙ୍କୁ ସଚେତନ କରାଇବ। ଏହି ଆପ୍‌ ଏପ୍ରିଲ ୩ ତାରିଖରେ ଭାରତରେ ଲଞ୍ଚ ହୋଇଥିଲା।

 

କେମିତି କରିବେ ଡାଉନ୍‌ଲୋଡ

  • ପ୍ଲେ ଷ୍ଟୋରରୁ ପ୍ରଥମେ ଏହି ଆପ୍‌କୁ ଡାଉନଲୋଡ କରିବେ। ପରେ ଏହି ଆପରେ ଉପଭୋକ୍ତାଙ୍କୁ ରେଜିଷ୍ଟ୍ରର କରିବାକୁ ହେବ।
  • ପରେ ଉପଭୋକ୍ତାଙ୍କୁ ନିଜ ମୋବାଇଲ ନମ୍ଵର ଦେବାକୁ ପଡ଼ିବ ଓ ପରେ ମୋବାଇଲକୁ ଆସିଥିବା ଓଟିପିକୁ ମଧ୍ୟ ଏଥିରେ ଦେବାକୁ ପଡ଼ିବ।
  • ଏହାପରେ ଏହି ଆପରେ ଆଗକୁ ବଢ଼ିବା ପାଇଁ କିଛି ପ୍ରଶ୍ନ ଯେପରି କି ନାଁ, ଲିଙ୍ଗ, ବୟସ ଓ ଟ୍ରାଭେଲ ହିଷ୍ଟ୍ରି ବିଷୟରେ ପ୍ରଶ୍ନ ଆସିବ, ଯାହାର ଉତ୍ତର ଆପଣଙ୍କୁ ସଠିକ ଭାବେ ଦେବା ଉଚିତ।
  • ପରେ ଏହା ଉପଭୋକ୍ତାଙ୍କ ଡାଇବେଟିସ, ରକ୍ତଚାପ ଭଳି ରୋଗ ଅଛି ନା ନାହିଁ ବୋଲି ପ୍ରଶ୍ନ କରିବ।
  • ବିଶେଷ କଥା ହେଉଛି କି ବ୍ଲୁଟୁଥ ଟେକ୍ନୋଲୋଜି ଓ ଜିପିଏସ୍‌ ମାଧ୍ୟମରେ ଆପଣ ଅବସ୍ଥିତି ଓ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ବିଷୟରେ ସୂଚନା ପାଇପାରିବେ।

ଭାରତ ସରକାର କହିଛନ୍ତି ଯେ ଏହି ଆପ୍‌ ମାଧ୍ୟମରେ ଲୋକଙ୍କୁ କରୋନା ସଂକ୍ରମିତ ଲୋକ ଓ ଘର ଉପରେ ନଜର ରଖାଯାଉଛି। ବ୍ୟବହାରକାରୀଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି ଏହି ଆପ୍‌ ପ୍ରସ୍ତୁତ କରାଯାଇଛି।

Comment