ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଦ୍ୱିତୀୟ ଜୀବନ ନେଲା କରୋନା ଭାଇରସ୍। ମଙ୍ଗଳବାର ଭୁବନେଶ୍ୱର କିମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆଉ ଜଣେ କରୋନା ରୋଗୀ ନିଜର ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତ୍ୟୁବରଣ କରିଥିବା ଏହି ଆକ୍ରାନ୍ତ ଜଣକ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ହେଲେ ମଙ୍ଗଳବାର ସେ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତେବେ ସେ କରୋନା ଭାଇରସ୍ ସହିତ ଅନ୍ୟ କେତେକ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ହାଇପରଟେନସନ, ଡାଇବେଟିସ୍ ଓ କିଡନୀ ଜନିତ ରୋଗରେ ସେ ଆକ୍ରାନ୍ତ ଥିଲେ ବୋଲି କୁହାଯାଇଛି। ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭୭ଟି ପଜିଟିଭ୍ କେସ୍ ସାମନାକୁ ଆସିଥିଲାବେଳେ ସେଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ଏବେ ବି ୧୧୫ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment