ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲିପ ନାଇଡୁ): ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌। ଏହି ଗସ୍ତରେ ସେ ଚାନ୍ଦପୁରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ସଚିବ ଶୁରେଶ ମହାପାତ୍ର, ଜିଲ୍ଲାପାଳ ପୋମା ଟୁଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ଵତ ମହାପାତ୍ର, ଚାନ୍ଦପୁର କୋଭିଡ ହସ୍ପିଟାଲର ମୁଖ୍ୟ ଚିକତ୍ସାଧିକାରୀ ବି. ସୁରିୟା ରାଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏହି ହସ୍ପିଟାଲ ପରିସରରେ ୧୬୦ ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ୍ ସେଣ୍ଟର ମଧ୍ୟ କାର୍ଯ୍ୟ କରୁଛି। ଏଠାରେ ଜିଲ୍ଲାର କରୋନା ପଜିଟିଭ୍ ରୋଗୀ ଚିକିତ୍ସିତ ହୋଇପାରିବେ। 5T ସଚିବ ହସ୍ପିଟାଲ ବୁଲିବା ସହ ସ୍ଥିତି ସମୀକ୍ଷା କରିଛନ୍ତି।

ଏଥିସହ ହସ୍ପିଟାଲରେ ୧୩ ଜଣ ଡାକ୍ତର ସହ ନର୍ସ ଓ ଟେକ୍ନିକାଲ କର୍ମଚାରୀ ରହିଛନ୍ତି। ଏହାସହ ହସ୍ପିଟାଲରେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରାଥମିକ ସ୍ତରରେ ଏଠାରେ ୧୦୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଆରମ୍ଭ କରାଯାଇଛି। ଆବଶ୍ୟକ ପଡ଼ିଲେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ଵାଦିକ ସମ୍ମିଳନୀ ଜରିଆରେ କୁହାଯାଇଛି।

Comment