ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ପହିଲାରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଜୁଲାଇ ୧ରୁ ଆରମ୍ଭ ହୋଇ ଏହି ପରୀକ୍ଷା ଜୁଲାଇ ୧୫ ତାରିଖ ମଧ୍ୟରେ ଶେଷ ହେବ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ସୂଚନା ଦେଇଛନ୍ତି।

ଲକଡାଉନ୍ କାରଣରୁ ମାର୍ଚ୍ଚ ମାସ ଶେଷ ସପ୍ତାହର କିଛି ପରୀକ୍ଷାକୁ ବାତିଲ୍ କରାଯାଇଥିଲା। ଏହି ସବୁ ଦିନମାନଙ୍କରେ ହେବାକୁ ଥିବା ପରୀକ୍ଷା ପିଲାମାନେ ଦେଇନଥିଲେ। ବର୍ତ୍ତମାନ ଏହି ପରୀକ୍ଷାକୁ ଜୁଲାଇ ପହିଲାରୁ ଆରମ୍ଭ ହେବା ନେଇ ସୂଚନା ଦିଆଯାଇଛି।

ତେବେ ପିଲାମାନେ ପୂର୍ବରୁ ଯେଉଁ ସବୁ ବିଷୟରେ ପରୀକ୍ଷା ଦେଇସାରିଛନ୍ତି ସେହି ପରୀକ୍ଷା ପୁଣିଥରେ ଦେବେ ନାହିଁ। ଯେଉଁ ସବୁ ବିଷୟର ପରୀକ୍ଷା ବାକି ରହିଯାଇଛି ସେହି ପରୀକ୍ଷା ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Comment