ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଏସଇ ଦ୍ଵାଦଶ ବୋର୍ଡ ପରୀକ୍ଷା ଫଳ ଆଜି ଅପରାହ୍‌ଣ ୨ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ବୋର୍ଡ ଓ୍ଵେବସାଇଟ୍ cbseresults.nic.in କିମ୍ଵା cbse.gov.in ରେ ନିଜର ଫଳ ଜାଣିପାରିବେ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ବୋର୍ଡ ପକ୍ଷରୁ ମିଳିଥିବା ରୋଲ୍ ନମ୍ଵରକୁ ଓ୍ଵେବସାଇଟ୍‌ରେ ଦେଇ ଛାତ୍ରାଛାତ୍ରୀମାନେ ସେମାନଙ୍କର ରେଜଲ୍ଟ ପାଇପାରିବେ।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସିବିଏସଇ ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିଲା। ତେଣୁ ବିକଳ୍ପ ବ୍ୟବସ୍ଥାରେ ଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ବୋର୍ଡ ଏକ ୧୩ ଜଣିଆ ପ୍ୟାନେଲ ଗଠନ କରିଥିଲା। ଏହି ପ୍ୟାନେଲର ସଦସ୍ୟଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା।

ସିବିଏସଇ ପ୍ୟାନେଲର ମୂଲ୍ୟାଙ୍କନ ନୀତି ମୁତାବକ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଦଶମ ଶ୍ରେଣୀ ଥିଓରିରୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ପରୀକ୍ଷା ମାର୍କରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ୟୁନିଟ୍ ଟେଷ୍ଟରୁ ମିଳିଥିବା ମାର୍କରୁ ୪୦ ପ୍ରତିଶତ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ।

Comment