ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ କ୍ୱାରେଣ୍ଟିନ୍‌ ଅବଧି ବଢ଼ାଇଲେ ରାଜ୍ୟ ସରକାର। ୧୪ ଦିନ ବଦଳରେ ଏଣିକି ୨୮ ଦିନିଆ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ୨୧ ଦିନ ସରକାରୀ କ୍ୱାରେଣ୍ଟିନ ଏବଂ ଆଉ ୭ ଦିନ ଘରେ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ।

କ୍ୱାରେଣ୍ଟିନ କେନ୍ଦ୍ରରେ ରହୁଥିବା ଲୋକଙ୍କୁ ବିଭିନ୍ନ କାମ ଯୋଗାଇ ଦିଆଯିବ। ସେମାନେ ବଗିଚା କାମ, ରଙ୍ଗ ଲଗାଇବା କାମରେ ନିୟୋଜିତ ହେବେ। ସେମାନଙ୍କୁ ୨୧ ଦିନରୁ ୧୦ ଦିନର କାମ ଯୋଗାଇ ଦିଆଯିବ। ଏ ବାବଦରେ ଦୈନିକ ୧୫୦ ଟଙ୍କା ଲେଖାଏଁ ମଜୁରି ମିଳିବ।

ଓଡ଼ିଶାକୁ ଏବେ ବାହାର ରାଜ୍ୟରୁ ଓଡ଼ିଆମାନେ ଫେରୁଛନ୍ତି। ସେମାନଙ୍କ ପାଇଁ ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ କ୍ୱାରେଣ୍ଟିନ ବ୍ୟବସ୍ଥା କରିଛନ୍ତି। ୧୪ ଦିନ ସଙ୍ଗରୋଧରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।

କରୋନା ଏବେ ତାର ରୂପ ବଦଳାଉଥିବାରୁ ଏବଂ କିଛି ଲୋକଙ୍କ ପାଖରେ ବିନା ଲକ୍ଷଣରେ ଭୂତାଣୁ ଚିହ୍ନଟ ହେଉଥିବାରୁ କ୍ୱାରେଣ୍ଟିନ ଅବଧି ବଢ଼ାଇ ଦିଆଯାଇଛି। ଏହି ଅବଧି ବଢ଼ାଇବାକୁ ଗତକାଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତା ଶ୍ରୀନାଥ ରେଡ୍ଡି ପରାମର୍ଶ ଦେଇଥିଲେ।

ଏହି ପରାମର୍ଶ ଅନୁସାରେ ରାଜ୍ୟ ସରକାର ୧୪ ଦିନ ବଦଳରେ ୨୮ ଦିନ ପାଇଁ କ୍ୱାରେଣ୍ଟିନ ଅବଧି ବଢ଼ାଇଛନ୍ତି।

କ୍ୱାରେଣ୍ଟିନ କେନ୍ଦ୍ରରେ ରହିବା ଓ ଖାଇବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏହାସହ ୧୪ ଦିନିଆ କ୍ୱାରେଣ୍ଟିନରେ ରହିବା ପରେ ୨୦୦୦ ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଥିଲେ।

Comment