ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ନିକଟରୁ ଉଦ୍ଧାର ହେଲା ଇଜିପ୍ଟିଆନ୍‌ ଶାଗୁଣା। ୩୦ ଏପ୍ରିଲରେ ସ୍ଥାନୀୟ ଲୋକଙ୍କ ସହୟତାରେ ଏହାକୁ ଉଦ୍ଧାର କରାଯାଇଥିଲା। ପରେ ଶାଗୁଣାର ସ୍ଵାସ୍ଥ୍ୟ ପରୀକ୍ଷା ପରେ ଆଜି ତାକୁ ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି।

ଏପ୍ରିଲ ୩୦ ତାରିଖରେ ଏହି ଇଜିପ୍ଟିଆନ୍‌ ଶାଗୁଣାକୁ କଳିଙ୍ଗ ଷ୍ଟାଡିୟମ ପାଖରେ ସ୍ଥାନୀୟ ଲୋକ ଦେଖିଥିଲେ। ପରେ ମେ’ ୧ରେ ସ୍ଥାନୀୟ ଲୋକ ଓ ଗ୍ରୋ ଓ୍ଵିଥ୍‌ ନେଚର ସଂସ୍ଥା ଶାଗୁଣାକୁ ଉଦ୍ଧାର କରି ଭୁବନେଶ୍ଵର ସିଟି ଫରେଷ୍ଟ ଡିଭିଜନକୁ ହସ୍ତାନ୍ତର କରାଯାଇଥିଲା।

ଏହାପରେ ପାତ୍ରପଡ଼ା ରେଞ୍ଜରେ ବନ କର୍ମଚାରୀଙ୍କ ସହାୟତାରେ ଶାଗୁଣାର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଶେଷରେ ଆଜି ଶାଗୁଣାକୁ ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ଛଡ଼ାଯାଇଛି।

ଇଜିପ୍ଟିଆନ୍‌ ଶାଗୁଣା ଓଡ଼ିଶାରେ ବିଶେଷ କରି ଦେଖାଯାଇ ନଥାନ୍ତି। ହେଲେ ୨୦୧୩ରୁ ୧୬ ମଧ୍ୟରେ ଏହାକୁ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଲକ୍‌ଡାଉନ୍‌ ବେଳେ ସବୁ ଲୋକ ଘରେ ରହିଥିବା ବେଳେ ଏହି ଭଳି ବିରଳ ପକ୍ଷୀକୁ ଦେଖିବାକୁ ମିଳିଛି। ଯାହାକି ପ୍ରାକୃତିକ ପରିବେଶର ସନ୍ତୁଳନ ହେଉଥିବାର ସଙ୍କେତ ପ୍ରଦାନ କରୁଛି ବୋଲି କହିଛନ୍ତି ବନ୍ୟପ୍ରାଣୀ ଗବେଷିକା ଗାୟତ୍ରୀ ଦେବୀ।

Comment