ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ରୋଗୀଙ୍କ ପାଇଁ ରଣନୀତି ବଦଳାଇଲେ ସରକାର। ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନଥିବା କରୋନା ରୋଗୀ ଏଣିକି ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବେ। ପ୍ରତିଦିନ ମେଡିକାଲ ସର୍ଭେଲାନ୍ସରେ ରହିବେ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାର।

ଗୁରୁତର ଲକ୍ଷଣ ଦେଖାଦେଲେ ରୋଗୀଙ୍କୁ କୋଭିଡ୍‌ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ। ସେହିପରି ହୋମ୍‌ କ୍ୱାରେଣ୍ଟିନରେ ରହୁଥିବା ରୋଗୀଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯିବ। ଏହାସହ ତାଙ୍କ ଘର ସମ୍ମୁଖରେ କ୍ୱାରେଣ୍ଟିନ୍‌ ଷ୍ଟିକର ଲଗାଯିବ।

ହୋମ୍‌ କ୍ୱାରେଣ୍ଟିନ ରୋଗୀଙ୍କ ପାଇଁ ଘରେ ଅଲଗା ଶୌଚାଳୟ ଏବଂ କୋଠରୀ ରହିବା ଦରକାର। ଯଦି ନଥିବ ତାହାଲେ ସରକାର ବ୍ୟବସ୍ଥା କରିବେ। ପ୍ରଥମ ପର୍ଯ୍ୟାୟରେ ଏହା ସହରାଞ୍ଚଳରେ ଲାଗୁ କରାଯାଇଛି।

ସେହିପରି ହସ୍ପିଟାଲରୁ ଡିସ୍‌ଚାର୍ଜ ହେଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ସରକାର ନୂଆ ନୀତି ଆଣିଛନ୍ତି। ଡିସ୍‌ଚାର୍ଜ ହେବା ପରେ ରୋଗୀଙ୍କ ପାଇଁ ୧୪ ଦିନିଆ ହୋମ୍‌ କ୍ୱାରେଣ୍ଟିନ୍‌ ବାଧ୍ୟତାମୂଳକ। ଏହାସହ ଘର ଭିତରେ ସ୍ୱତନ୍ତ୍ର କୋଠରୀ ଏବଂ ଶୌଚାଳୟ ଥିବା ନିହାତି ଆବଶ୍ୟକ।

ଘରେ ସଙ୍ଗରୋଧର ସୁବିଧା ନଥିଲେ ସରକାରୀ ସଙ୍ଗରୋଧ ଗୃହରେ ରଖାଯିବ।

Comment