ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଲକ୍ଡାଉନ୍ ଭିତରେ ଆଜିଠାରୁ ରେଳସେବା ଆରମ୍ଭ ହୋଇଛି। ୫୦ ଦିନ ପରେ ରେଳ ଧାରଣାରେ ଟ୍ରେନ୍ ଗଡ଼ିଛି। ନୂଆଦିଲ୍ଲୀରୁ ଆଜି ଅପରାହ୍ଣ ୪ଟାରୁ ବିଳାସପୁର ଅଭିମୁଖେ ଟ୍ରେନ ଯାତ୍ରା କରିଛି। ୧୧୭୭ ଯାତ୍ରୀଙ୍କୁ ନେଇ ବିଳାସପୁର ଯାଉଥିବା ଟ୍ରେନ୍ ବୁଧବାର ଦିନ ୧୨ଟାରେ ପହଞ୍ଚିବ।
ଆଜିଠୁ ନୂଆଦିଲ୍ଲୀରୁ ୧୫ଟି ସହରକୁ ଟ୍ରେନ୍ ସେବା ଆରମ୍ଭ କରିବାକୁ ରେଳ ମନ୍ତ୍ରାଳୟ ଘୋଷଣା କରିଥିଲା। ଦିବ୍ରୁଗଡ଼, ଅଗରତାଲା, ପାଟଣା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଳୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଜମ୍ମୁର ତୱିକୁ ଯାତ୍ରା କରିବ ଟ୍ରେନ୍। ଏଥିପାଇଁ ୧୧ ତାରିଖ ଅପରାଡ୍ଣ ୪ଟାରୁ ଆଇଆର୍ସିଟିସି ସାଇଟ୍ରେ ଟିକେଟ ବୁକିଂ ଆରମ୍ଭ ହୋଇଥିଲା।
ପରେ ଅଧିକ ଟ୍ରେନ୍ ଚଳାଚଳ କରିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।
ମାର୍ଚ୍ଚ ୨୫ରୁ ସାରା ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରେନ୍ ଯାତ୍ରା ବନ୍ଦ ରଖାଯାଇଛି। ଆଜିଠୁ ୧୫ଟି ସହରକୁ ଯେଉଁ ଟ୍ରେନ୍ସେବା ଆରମ୍ଭ ହୋଇଛି ସେଥିରେ କଟକଣା ଜାରି କରାଯାଇଛି। ଯାତ୍ରୀମାନେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ସାନିଟାଇଜର୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

















